ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପ୍ରେମିକାକୁ ହୋଟେଲ୍‌ ରୁମ୍‌ରେ କିସ୍‌ କଲା, ୫ ହଜାର ଟଙ୍କା ଲୁଟି ନେଲା ପ୍ରେମିକ

Published By : Prameya | January 14, 2025 10:38 AM

ପୁରୀ,୧୪/୦୧: ପ୍ରେମିକ ସହ ଆସିଥିଲା ପୁରୀ । ସମୁଦ୍ର କୂଳ ଥାନା ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ  ଉଭୟ ଥିବା ବେଳେ ପ୍ରେମିକ କରିଥିଲା  କିସ୍‌ । ଏହା ପରେ ପ୍ରେମିକା ଭୟଭୀତ ଅବସ୍ଥାରେ ବାହାରକୁ ଚାଲିଆସିଥିବା ବେଳେ ତା’ ବ୍ୟାଗ୍‌ରୁ ୫ ହଜାର ଟଙ୍କା  ଲୁଟି ନେଇଥିଲା ପ୍ରେମିକ । ପ୍ରେମିକା  ଏନେଇ ସମୁଦ୍ର କୂଳ ଥାନାରେ ଏତଲା  ଦେବା ପରେ ପୁଲିସ ମାମଲା ରୁଜୁ  କରିଛି । ମାସକ ତଳେ ଏଭଳି ଏକ  ଘଟଣା ଘଟିଛି ।

ବଲାଙ୍ଗୀରର ଯୁବତୀ ଜଣକ ଗତ ଡିସେମ୍ବର ୧୧ ତାରିଖରେ  ତାଙ୍କ ପୁରୁଷ ବନ୍ଧୁ ସହ ପୁରୀ ଆସିଥିଲେ । ଉଭୟ ଭୁବନେଶ୍ୱରରେ ପହଞ୍ଚିବା ପରେ  ମିଛ କହି ତାଙ୍କୁ ପୁରୀ ନେଇ ଆସିଥିଲା  ବୋଲି ପୁରୁଷ ବନ୍ଧୁ । ହୋଟେଲ୍‌ ରୁମ୍‌ରେ  ପୁରୁଷ ବନ୍ଧୁ ତାଙ୍କୁ କିସ୍‌ କରିବା ପରେ  ଯୁବତୀ ହଡ଼ବଡେଇ ଯାଇଥିଲେ ।  କିଛି ସମୟ ପରେ ନିଜ ବ୍ୟାଗ୍‌  ଧରି ବାହାରକୁ ଦୌଡ଼ି ଆସିଥିଲେ ।  ଏହାପରେ ବ୍ୟାଗ୍‌ରେ ୫ ହଜାର ଟଙ୍କା ନଥିବା ଦେଖିଥିଲେ । ଦୀର୍ଘ ମାସକ  ଏତଲା ଦେଇଛନ୍ତି ଯୁବତୀ । ମାମଲାର  ତଦନ୍ତ ଚାଲିଥିବା ପୁଲିସ କହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.