ପୁରୀ,୧୪/୦୧: ପ୍ରେମିକ ସହ ଆସିଥିଲା ପୁରୀ । ସମୁଦ୍ର କୂଳ ଥାନା ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ  ଉଭୟ ଥିବା ବେଳେ ପ୍ରେମିକ କରିଥିଲା  କିସ୍‌ । ଏହା ପରେ ପ୍ରେମିକା ଭୟଭୀତ ଅବସ୍ଥାରେ ବାହାରକୁ ଚାଲିଆସିଥିବା ବେଳେ ତା’ ବ୍ୟାଗ୍‌ରୁ ୫ ହଜାର ଟଙ୍କା  ଲୁଟି ନେଇଥିଲା ପ୍ରେମିକ । ପ୍ରେମିକା  ଏନେଇ ସମୁଦ୍ର କୂଳ ଥାନାରେ ଏତଲା  ଦେବା ପରେ ପୁଲିସ ମାମଲା ରୁଜୁ  କରିଛି । ମାସକ ତଳେ ଏଭଳି ଏକ  ଘଟଣା ଘଟିଛି ।

ବଲାଙ୍ଗୀରର ଯୁବତୀ ଜଣକ ଗତ ଡିସେମ୍ବର ୧୧ ତାରିଖରେ  ତାଙ୍କ ପୁରୁଷ ବନ୍ଧୁ ସହ ପୁରୀ ଆସିଥିଲେ । ଉଭୟ ଭୁବନେଶ୍ୱରରେ ପହଞ୍ଚିବା ପରେ  ମିଛ କହି ତାଙ୍କୁ ପୁରୀ ନେଇ ଆସିଥିଲା  ବୋଲି ପୁରୁଷ ବନ୍ଧୁ । ହୋଟେଲ୍‌ ରୁମ୍‌ରେ  ପୁରୁଷ ବନ୍ଧୁ ତାଙ୍କୁ କିସ୍‌ କରିବା ପରେ  ଯୁବତୀ ହଡ଼ବଡେଇ ଯାଇଥିଲେ ।  କିଛି ସମୟ ପରେ ନିଜ ବ୍ୟାଗ୍‌  ଧରି ବାହାରକୁ ଦୌଡ଼ି ଆସିଥିଲେ ।  ଏହାପରେ ବ୍ୟାଗ୍‌ରେ ୫ ହଜାର ଟଙ୍କା ନଥିବା ଦେଖିଥିଲେ । ଦୀର୍ଘ ମାସକ  ଏତଲା ଦେଇଛନ୍ତି ଯୁବତୀ । ମାମଲାର  ତଦନ୍ତ ଚାଲିଥିବା ପୁଲିସ କହିଛି ।