ରାଉରକେଲା,୦୭/୦୪: ରାଉରକେଲାର ବୈଷୟିକ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ( ବିପିୟୁଟି)କୁ ମିଳିଛି ଇଣ୍ଡିଆ ବୁକ ଅଫ ରେକର୍ଡସ ଓ ଏସିଆ ବୁକ ଅଫ ରେକର୍ଡସ ପୁରସ୍କାର । ଇଣ୍ଡିଆ ବୁକ ଅଫ ରେକର୍ଡସ ପକ୍ଷରୁ ସଞ୍ଜୟ ଭୋଲା ଏହି ସମ୍ମାନ ବିପିୟୁଟି କୁଳପତି ପ୍ରଫେସର ଡକ୍ଟର ଅମୀୟ କୁମାର ରଥଙ୍କୁ ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ଦେଇଥିଲେ ।
ଆହୁରି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜୁଏଲା ଓରାମ, ୩ଟି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା
ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆରଏସପି ଡିଆଇସି ଆଲୋକ ବର୍ମା, ପ୍ରାକ୍ତନ ଡିଆଇସି ଅତନୁ ଭୌମିକ, ଏଡିଏମ ଦୀନା ଦସ୍ତାଗୀର, ପ୍ରଫେସର ଡ ଆର୍ଯ୍ୟ ପଟ୍ଟନାୟକ, କୁଳସଚିବ ନିଶି ପୁନମ ମିଞ୍ଜ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।କାଗଜ କଲମରେ ଅନୁଷ୍ଠିତ ପରୀକ୍ଷାର ଫଳାଫଳ ଦୁଇ ଦିନରେ ପ୍ରକାଶ କରିବାରେ ବିପିୟୁଟି ଏହି ରେକର୍ଡ ସହ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିପାରିଛି । ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ମୋଟ ୬୭, ୯୬୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୩, ୫୧, ୨୬୪ ଉତ୍ତରଖାତାର ମୂଲ୍ୟାୟନ କରାଯାଇଥିଲା । ଏ ସମ୍ପର୍କିତ ପୁରସ୍କାର ବିତରଣୀ ଉତ୍ସବ ୧୧. ୧୫ ରେ ଆରମ୍ଭ ହୋଇ ଏବେ ଚାଲିଥିବା ଜଣାପଡିଛି ।