ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ନିୟମିତ ଜୀବନର ବଦଭ୍ୟାସ, ମସ୍ତିଷ୍କକୁ କରିଚାଲେ ଦୁର୍ବଳ...

Published By : Manoj | August 16, 2025 12:07 PM

ଭୁବନେଶ୍ୱର ୧୬/୦୮: ଏମିତି ଲାଗୁଛି କି ଆପଣଙ୍କ ସ୍ମରଣ ଶକ୍ତି ଦୁର୍ବଳ ହେବାରେ ଲାଗିଛି? ଛୋଟ ଛୋଟ କଥା ଭୁଲୁଛନ୍ତି କି? ଯଦି ହଁ, ତେବେ ଏହା ପଛରେ ରହିଥାଇପାରେ ନିୟମିତ ଜୀବନର କିଛି ବଦଭ୍ୟାସ, ଯାହା ଧୀରେ ଧୀରେ ମସ୍ତିଷ୍କକୁ ଦୁର୍ବଳ କରିଚାଲେ । 

ଯେପରିକି ଅଧିକ ମିଠା ଖାଇବା ମିଠା ପ୍ରାୟ ସମସ୍ତଙ୍କର ପସନ୍ଦ । କିନ୍ତୁ ଆବଶ୍ୟକଠାରୁ ଅଧିକ ମିଠା ଖାଇବା ଦ୍ୱାରା ମସ୍ତିଷ୍କର କ୍ଷତି ହୋଇଥାଏ । ଅଧିକ ମିଠା ଖାଇଲେ ମସ୍ତିଷ୍କରେ ପ୍ରଦାହ ହୋଇଥାଏ । ଫଳରେ କୌଣସି ଜିନିଷ ଶିଖିବା ଓ ମନେ ରଖିବା କ୍ଷମତା ହ୍ରାସ ପାଇଥାଏ । ତେଣୁ ଯଥାସମ୍ଭବ ମିଠା ପରିବର୍ତ୍ତେ ଫଳକୁ ଗୁରୁତ୍ୱ ଦେବା ଶିଖନ୍ତୁ ।  

ନିଦର ଅଭାବ 

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ଲୋକ ଆବଶ୍ୟକ ନିଦରେ ଶୋଇପାରୁ ନାହାନ୍ତି । ଶାନ୍ତିରେ ଶୋଇବା ଦ୍ୱାରା ମସ୍ତିଷ୍କ ବ୍ୟବସ୍ଥିତ ହୋଇଥାଏ । ଯଦି ଦିନରେ ୭ରୁ ୮ ଘଣ୍ଟା ଶାନ୍ତି ନ ଶୁଅନ୍ତି, ତେବେ ମସ୍ତିଷ୍କ ଠିକ୍‌ ଭାବେ  କାମ କରି ନଥାଏ । ଫଳରେ ବ୍ୟକ୍ତି ବିଭିନ୍ନ ଜିନିଷ ଭୁଲିବା ଆରମ୍ଭ କରିଥାଏ ।  

ଏକଲାପଣ ଅନୁଭବ ହୁଏ

ଯଦି ଆପଣ ଅଧିକ ସମୟ ଏକା ରହୁଥାନ୍ତି, ସାଙ୍ଗସାଥୀଙ୍କ ସହ ସମୟ ବିତାଉ  ନଥାନ୍ତି, ତେବେ ଏହା ମସ୍ତିଷ୍କ ପାଇଁ ଆଦୌ ଠିକ୍‌ ନୁହେଁ । ସାମାଜିକ ଭାବେ  ସକ୍ରିୟ ରହିବା ଦ୍ୱାରା ମସ୍ତିଷ୍କର କସରତ ହେବା ସହ ତୀବ୍ରତା ବଢିଥାଏ ।  ସାଙ୍ଗ ଓ ପରିବାର ସହ ସମୟ ବିତାଇବା ଦ୍ୱାରା ମନ ପ୍ରଫୁଲିତ ରହିଥାଏ ।  

ମଲ୍ଟି ଟାସ୍କିଂ

କେତେକ ଲୋକ ଭାବିଥାନ୍ତି ଯେ ଏକା ସାଙ୍ଗରେ ଅନେକ କାମ କରିବ ଖୁବ୍‌ ଭଲ । କିନ୍ତୁ ମସ୍ତିଷ୍କ ଉପରେ ଅଧିକ ଚାପ ପଡିଥାଏ । ଗୋଟିଏ ସମୟରେ ଗୋଟିଏ କାମ କରିବା ଦ୍ୱାରା ମସ୍ତିଷ୍କର ଏକାଗ୍ରତା ବଢିଥାଏ । ମଲ୍ଟି ଟାକ୍ସି କରିବା  ଦ୍ୱାରା ମସ୍ତିଷ୍କ ଥକି ପଡିଥାଏ । ଏପରିକି କାର୍ଯ୍ୟଦକ୍ଷତା କମିଚାଲେ ।  

ବ୍ୟାୟାମ ନ କରିବା

ଶରୀର ସହ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ କରିବା ଜରୁରି । ନିୟମିତ  ଶାରୀରକ ସକ୍ରିୟତା ବଜାୟ ରଖିବା ଦ୍ୱାରା ମସ୍ତିଷ୍କକୁ ଆବଶ୍ୟକ ରକ୍ତ ସଞ୍ଚାଳନ  ହୋଇଥାଏ, ଯାହାଦ୍ୱାରା ମସ୍ତିଷ୍କକୁ ଅଧିକ ଅମ୍ଲଜାନ ଓ ପୋଷକ ତତ୍ତ୍ୱ ମିଳିଥାଏ ।  ନିୟମିତ ୩୦ ମିନିଟ୍‌ର ବ୍ୟାୟାମ କରିବା ଦ୍ୱାରା ମସ୍ତିଷ୍କ ସକ୍ରିୟ ରହିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.