ଭୁବନେଶ୍ୱର,୩୧/୦୭: ପୁରୁଣା  ଭୁବନେଶ୍ୱର ସ୍ଥିତ ପରକରଣ ସାହିର ମା'ନାରାୟଣୀ ଯୁବକ ସଂଘ ଚଳିତ  ବର୍ଷ ୩୫ ତମ ଗଣେଶ ପୂଜା ପାଳନ  କରିବ । ଏହି ଉତ୍ସବକୁ ସ୍ୱତନ୍ତ୍ର କରିବାକୁ  ସଂଘ ୮ ମାସ ହେଲା ପ୍ରସ୍ତୁତି ଆରମ୍ଭ  କରି ଦେଇଛି । ଏଥର ପୂଜାମଣ୍ଡପରେ  ପିତଳ ନିର୍ମିତ୍ତ ମେଢ଼ରେ ଶ୍ରୀବିଗ୍ରହ ପୂଜା  ପାଇବେ । ଏହି ଦୁର୍ଲ୍ଲଭ ମେଢ଼ କଟକର ଅଭିଜ୍ଞ ତାରକସୀ କାରୀଗରଙ୍କ ଦ୍ୱାରା  ନିର୍ମାଣ କରାଯାଇଛି  । ପିତଳ ମେଢ଼ର  ନିର୍ମାଣ ନିମନ୍ତେ ୩ଲକ୍ଷ ଟଙ୍କା ବ୍ୟୟ  କରାଯାଇଛି । ପାଖାପାଖି ଓଜନ ଦେଢ଼  କୁଇଣ୍ଟାଲ ହେବ । ଏଥର ପୂଜାରେ  ପ୍ରାୟ ୭ଲକ୍ଷ ଟଙ୍କା ବ୍ୟୟ କରିବାକୁ  ସଂଘ ନିଷ୍ପତ୍ତି ନେଇଛି । 

ଏଠାକାର  କାର୍ଯ୍ୟକ୍ରମ ସୂଚନା ଅନୁଯାୟୀ ଅଗଷ୍ଟ ମାସ ୨୬ରେ ଗଣେଶ ପୂଜୋ ମହୋତ୍ସବ ଶୁଭ ଉଦ୍‌ଘାଟନ, ୨୭ରେ ପୂଜାର୍ଚ୍ଚନା, ହୋମଯଜ୍ଞ ସହ ସାଂସ୍କୃତିକ କାର୍ଯ୍ୟକ୍ରମ  ଏବଂ ୨୮ରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ  ସେବନ ବ୍ୟବସ୍ଥା କରାଯାଇଛି । ଭସାଣି  ଶାଭା ଯାତ୍ରାରେ କେବଳ ପାରମ୍ପରିକ ବାଜା କ୍ରମରେ ସିକାକାଲମ୍‌ର ପ୍ରସିଦ୍ଧ ବ୍ୟାଣ୍ଡ୍‌ ପାର୍ଟିର ବ୍ୟବସ୍ଥା ହୋଇଛି ବୋଲି  ଅନୁଷ୍ଠାନର କର୍ମକର୍ତ୍ତାମାନେ ଜଣାଇଛନ୍ତି।