ସମ୍ବଲପୁର, ୭।୧ : ସମ୍ବଲପୁର ଭାଲୁପାଲିରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ହୋଟେଲ ଭିତରକୁ ଇଟା ବୋଝେଇ ଟ୍ରାକ୍ଟର ପଶିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣକ ନାବାଳକ ଗୁରୁତର ହୋଇଛି। ଗୁରୁତର ନାବାଳକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଏକ ହୋଟେଲ ଭିତରକୁ ପଶିଯାଇଥିଲା। ଟ୍ରାକ୍ଟର ଡାଲାଟି ହୋଟେଲ ଭିତରେ ଓଲଟି ପଡିଥିଲା। ହୋଟେଲରେ କାମ କରୁଥିବା ୨ ଜଣଙ୍କ ଉପରେ ଟ୍ରାକ୍ଟର ମାଡିଯିବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଜଣେ ନାବାଳକ ଗୁରୁତର ହୋଇଥିଲା। ନାବାଳକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର୍ ହୋଇଯାଇଛି।