ଆଜିକାଲି ଉଚ୍ଚ ରକ୍ତଚାପ ସମସ୍ୟା ଖୁବ୍ ସାଧାରଣ ହୋଇପଡିଛି । ଉଚ୍ଚ ରକ୍ତଚାପ ଅର୍ଥାତ୍ ରକ୍ତର ଚାପ ସାମାନ୍ୟଠାରୁ ଅଧିକ । ସାଧାରଣ ରକ୍ତଚାପ ୧୨୦/୮୦ ରହିଥାଏ । କିନ୍ତୁ ଏହାଠାରୁ ଅଧିକ ଅର୍ଥାତ୍ ଲଗାତାର ୧୪୦/୯୦ ରହିବା ଅର୍ଥ ହେଉଛି ଉଚ୍ଚ ରକ୍ତଚାପ । ଲଗାତାର ବାହାରେ ଛଣାଛଣି ଖାଇବା ଓ ପ୍ରୋସେସଡ୍ ଖାଦ୍ୟ ଖାଇବା ଦ୍ୱାରା ମୋଟାପଣ ବଢିବା ସହ ଉଚ୍ଚ ରକ୍ତଚାପ ସମସ୍ୟା ବଢିଥାଏ । ଏହି ସମସ୍ୟା ପାଇଁ ବୟସର କୌଣସି ପ୍ରତିବନ୍ଧକ ନଥାଏ । ଚିନ୍ତା, ନିଦ ନ ହେବା, ଅବସାଦ, ଅଧିକ ଧୂମପାନ ବା ମଦ୍ୟପାନ ଉଚ୍ଚ ରକ୍ତଚାପର କାରଣ ହୋଇଥାଏ । ଉଚ୍ଚ ରକ୍ତଚାପକୁ ସାମାନ୍ୟ ଭାବିଠାରୁ ଦୂରେଇ ରୁହନ୍ତୁ । ନଚେତ୍ ହୃଦ୍ଘାତ, ଷ୍ଟ୍ରେକ୍, ଆଖି ସମସ୍ୟା ଓ କିଡ୍ନୀ ନଷ୍ଟ ହେବାର ଆଶଙ୍କା ବଢିଯାଇପାରେ ।

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିବ ବ୍ରୋକୋଲୀ

ଉଚ୍ଚ ରକ୍ତଚାପକୁ ବହୁ ମାତ୍ରାରେ ବ୍ରେକୋଲୀ ନିୟନ୍ତ୍ରିତ କରୁଥିବା ଗବେଷଣାରୁ ଜଣାପଡିଛି । ବ୍ରୋକୋଲୀରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍-ସି,କେ, ଏ, ଫେଲେଟ୍, ଆଇରନ୍, ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ପରି ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ଥିବା ନାଇଟ୍ରେଟ୍ ରକ୍ତ କୋଷିକାକୁ ଆରାମ ଦେବା ସହ ରକ୍ତ ପ୍ରବାହରେ ସୁଧାର ଆଣିଥାଏ । ଫଳରେ ରକ୍ତଚାପ ନିୟନ୍ତ୍ରିତ ରହିଥାଏ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ର ସର୍ଭେରୁ ଅନୁସାରେ ବ୍ରୋକୋଲୀ, ବନ୍ଧାକୋବି ଓ ଫୁଲକୋବି ଖାଇବା ଦ୍ୱାରା ଶରୀରରେ ସିଷ୍ଟୋଲିକ୍ ରକ୍ତଚାପରେ ୨.୫ ଏମ୍ଏମ୍ଏଚ୍ଜିର କମ୍ ରହିଥାଏ । ଯଦି ଏହି ମାତ୍ରା ଶରୀରରେ କମ୍ ରହେ, ତେବେ ହୃଦ୍ଘାତ ସମସ୍ୟା ୫ ପ୍ରତିଶତ କମ୍ କରାଯାଇପାରିବ । ଇଂଲଣ୍ଡର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ସର୍ଭେରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ଡାଏଟ୍ରେ ୧୨ ସପ୍ତାହ ଯାଏ ବ୍ରୋକୋଲୀ ଦିଆଯାଇଥିଲା । ପରିଣାମ ଅନେକ ଲୋକଙ୍କର କୋଲେଷ୍ଟେରଲ୍ କମିଯାଇଥିଲା । ଖରାପ କୋଲେଷ୍ଟେରଲ୍ କମ୍ ହେବା ଯୋଗୁ ହୃଦ୍ଘାତର ଆଶଙ୍କା କମ୍ ହୁଏ । ଜଣାପଡିଛି ଯେ ବ୍ରୋକୋଲୀରେ ଥିବା ତତ୍ତ୍ୱ ରକ୍ତ ସଞ୍ଚାଳନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ଆଣ୍ଟିଅକ୍ସିଡାଣ୍ଟ ଷ୍ଟ୍ରେସ୍ କମ୍ କରେ, ଯାହା ରକ୍ତଚାପ ବଢିବାର ପ୍ରମୁଖ କାରଣ ।