ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

Published By : Harapriya Sethi | December 7, 2024 2:42 PM

ଭଦ୍ରକ,୦୭/୧୨: ବ୍ରାଉନ ସୁଗାର ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ଜବତ ହେଲା ୪୧ ଗ୍ରାମରୁ ଅଧିକ ବ୍ରାଉନ ସୁଗାର । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ହେଉଛନ୍ତି ଆଗରପଡ଼ା ଥାନା ଅଧୀନ କୁଆଂସମଢ଼ିଆ ଗ୍ରାମର ଶିବ ସୁନ୍ଦର ଦାସ ବୋଲି ଭଦ୍ରକ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଭଦ୍ରକ ଜିଲ୍ଲାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ ବାଇକ ଚେକିଂ କରୁଥିବା ବେଳେ ଜଣେ ଯୁବକଙ୍କ ଉପରେ ତାଙ୍କ ସନ୍ଦେହ ହୋଇଥିଲା । ସନ୍ଦେହ ହେବାରୁ ପୋଲିସ ଉକ୍ତ ଯୁବକଙ୍କୁ ଅଟକାଇ ଯାଞ୍ଚ କରିବାରୁ ତାଙ୍କ ପାଖରୁ ୪୧ ଗ୍ରାମରୁ ଅଧିକ ପରିମାଣ ର ବ୍ରାଉନ ସୁଗାର ମିଳିଥିଲା । ଯୁବକ ଜଣକ ବାରାଲପୋଖରି ରୁ ବ୍ରାଉନ ସୂଗାର୍ ନେଇ ଆଗରପଡ଼ା ଥାନା ଅଧୀନ ଅଞ୍ଚଳ କୁ ଯାଉଥିଲା । ଉକ୍ତ ବ୍ରାଉନ ସୁଗାରକୁ ଜବତ କରିବା ପରେ ଯୁବକ ଜଣକୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ବାଇକ, ମୋବାଇଲ ଜବତ କରିବା ସହ କେଉଁ ଠାରୁ ବ୍ରାଉନ ସୁଗାର ଆଣୁଥିଲେ ସେହି ଚେନ୍‌କୁ ନେଇ ଯାଞ୍ଚ ଆରମ୍ଭ କରିଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.