ଚନ୍ଦନେଶ୍ଵର, ୩/୬ : ଧଳାଜହର ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର-ଚନ୍ଦନେଶ୍ଵର ୫୭ନଂ ରାଜ୍ୟ ରାଜପଥ ଭୋଗରାଇର ଜଗନ୍ନାଥପୁର ଛକରୁ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗର୍ ଜବତ ହୋଇଛି। ନିଶା କାରବାର ଅଭିଯୋଗରେ ବାଲେଶ୍ଵର ଓ ଭୋଗରାଇ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ସୂଚନା ଅନୁଯାୟୀ, ଜଗନ୍ନାଥପୁରରେ ବ୍ରାଉନସୁଗର୍ କାରବାର ହେଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ସୋମବାର ବିଳମ୍ବିତ ରାତ୍ରି ପ୍ରାୟ ୧ଟାରେ ଡିଲ୍ ହେଉଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଥିଲା। ଏହି ସମୟରେ ୨ ଜଣ ଅଭିଯୁକ୍ତ ଅବକାରୀ ବିଭାଗ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କ ନିକଟରୁ ୧୪୫ ଗ୍ରାମର ବ୍ରାଉନସୁଗର୍ ସହ ୫ ହଜାର ୫୦୦ ଟଙ୍କା ଜବତ ହୋଇଛି। ଜବତ ହୋଇଥିବା ବ୍ରାଉନସୁଗର୍ର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।