ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ରରେ ଅକଥନୀୟ ନିର୍ଯାତନା, ୪୪ ଅନ୍ତେବାସୀଙ୍କ ଉଦ୍ଧାର କଲା ପୋଲିସ

Published By : Prameya | January 28, 2025 9:06 AM

ସମ୍ବଲପୁର,୨୮/୦୧: ନାମକୁ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର । କିନ୍ତୁ ବାସ୍ତବରେ କାଳ କୋଠରିରୁ କମ୍‌ ନ ଥିଲା । ଅନ୍ତେବାସୀଙ୍କୁ ଦିଆଯାଉଥିଲା ଅମାନୁଷିକ ନିର୍ଯାତନା । ମୁଥ, ବିଧା, ଗୋଇଠା, ବାଡ଼ି, ବେତରେ ନିର୍ଘାତ ପ୍ରହାର ହେଉଥିଲା । ହୃଦୟହୀନ କେୟାରଟେକର୍‌ ଓ ମାଲିକଙ୍କ ଅମାନବୀୟ ନିର୍ଯାତନାର ଭିଡିଓ ଭାଇରାଲ୍‌  ହେବା ପରେ ଫିଟିଛି ସମ୍ବଲପୁର ଧନୁପାଲି ନେତାଜୀ  ନଗରସ୍ଥିତ ‘ସମର୍ଥ’ ଅନୁଷ୍ଠାନର ଗୁମର । ରେଙ୍ଗାଲି  ବିଧାୟକଙ୍କ ଉପସ୍ଥିତିରେ ପୁଲିସ୍‌ ସୋମବାର  ଅନୁଷ୍ଠାନରେ ଚଢ଼ଉ କରି ୪୪ ଅନ୍ତେବାସୀଙ୍କୁ  ଉଦ୍ଧାର କରିଛି। ହେଲେ ଏହାର ମାଲିକ ଓ  ସହାୟିକା ଅଦ୍ୟାବଧି ଗିରଫ ହୋଇନାହାନ୍ତି । 

‘ସମର୍ଥ’ ଅନୁଷ୍ଠାନରେ ୨୭ ପୁରୁଷ ଓ ୧୭  ମହିଳା ଅନ୍ତେବାସୀ ରହୁଥିଲେ । ନିମ୍ନମାନର  ଖାଇବା ଦିଆଯାଉଥିଲା । ସାମାନ୍ୟତମ ସୁବିଧା ଉପଲବ୍ଧ ନ ଥିଲା । ମୁହଁ ଖୋଲିଲେ ମିଳୁଥିଲା ଅମାନୁଷିକ ନିର୍ଯାତନା । କେହି ଭୟରେ ଏକଥା  କହୁ ନ ଥିଲେ । ୧୮ଦିନ ତଳେ ସେଠାରେ ନୂଆ କେୟାରଟେକର ଭାବେ ନିଯୁକ୍ତ ହୋଇଥିଲେ ଲିପିକା  ଦର୍ଜୀ । ହେଲେ ଯାହା ଦେଖିଥିଲେ, ତାହା ତାଙ୍କୁ  ଆଶ୍ଚର୍ଯ୍ୟ କରିଥିଲା । ଏ ନେଇ ସେ ସ୍ଥାନୀୟ ଲୋକଙ୍କୁ  କହିଥିଲେ । କୌଣସି ସୂତ୍ରରୁ ରେଙ୍ଗାଲି ବିଧାୟକ  ସୁଦର୍ଶନ ହରିପାଲ୍‌ ସୂଚନା ପାଇ ଅନୁଷ୍ଠାନରେ ପହଞ୍ଚିଥିଲେ। ପୁଲିସ୍‌କୁ ଡାକି ତଦନ୍ତ କରିବାକୁ  ନିର୍ଦ୍ଦେଶ ଦେଇଥିଲେ । ପୁଲିସ୍‌ର ଟିମ୍‌ ଅନୁଷ୍ଠାନରେ  ପଶି ଅନ୍ତେବାସୀଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର  ଅନ୍ତେବାସୀଙ୍କ ମଧ୍ୟରୁ ଅନେକଙ୍କ ଶରୀରରେ ନିଆଁ  ଚେଙ୍କ ଓ ମାଡ଼ ଦାଗ ରହିଛି । କିଛି ଲୋକଙ୍କ ହାଡ଼  ମଧ୍ୟ ଭାଙ୍ଗିଯାଇଛି । ସମସ୍ତ ସୀମା ଟପି ଅନ୍ତେବାସୀଙ୍କୁ  ଏଭଳି ତାଡ଼ନା ଦେଇଥିଲେ ଅନୁଷ୍ଠାନର ସମ୍ପାଦକ  ହରିଶ ଚନ୍ଦ୍ର ସାହୁ ଓ ମହିଳା ସହାୟିକା । 

ନୂଆ କେୟାର ଟେକର ଲିପିକା କହିଛନ୍ତି,  ମାନସିକ ରୋଗୀଙ୍କୁ ପ୍ରବଳ ମାଡ଼ ମରାଯାଉଥିଲା। ଅଧିକ ଡୋଜ୍‌ର ନିଶା ଇଞ୍ଜେକସନ୍‌ ଦିଆଯାଉଥିଲା । ନିର୍ଯାତନା ଓ ଅଧିକ ଡୋଜ୍‌ ଇଞ୍ଜେକ୍ସନ କାରଣରୁ  କେତେଜଣ ଅନ୍ତେବାସୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମୃତଦେହ ୨ଦିନ ଧରି ପଡିରହେ । ଗୋଟିଏ ହେଲେ  ବ୍ୟବଚ୍ଛେଦ ହୁଏନି । ସମ୍ପାଦକ ହରିଶ ଚନ୍ଦ୍ର ସାହୁ  ମହିଳା ଅନ୍ତେବାସୀଙ୍କୁ ବିବସ୍ତ୍ର କରି ଗାଧୋଉଥିଲେ । ଅନ୍ତେବାସୀଙ୍କୁ ୩ ଦିନର ବାସି ଖାଦ୍ୟ ଦିଆଯାଉଥିଲା ।  ନିର୍ଯାତନା ଦେଖି ସହି ନ ପାରି ବାହାରେ  ଲୋକଙ୍କୁ କହିଥିଲେ ବୋଲି ଲିପିକା କହିଛନ୍ତି । 

ନେତାଜୀ ନଗର ସୋସାଇଟି ସଭାପତି  ପ୍ରଦୀପ ବହିଦାର କହିଛନ୍ତି, କିଛି ଦିନ ତଳେ  ସଂସ୍ଥା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲା । ମାନସିକ ଅନଗ୍ରସର ଓ  ରୋଗାକ୍ରାନ୍ତଙ୍କ କୌଣସି ଚିକିତ୍ସା କରାଯାଉନି । ସେମାନଙ୍କୁ ଖାଇବାକୁ ଦିଆଯାଏନି। ରାତି ହେଲେ ପ୍ରବଳ ମାଡ ମରାଯାଏ । ସେମାନଙ୍କ  ଚିତ୍କାର ବାହାରକୁ ଶୁଭେ । ତେଣୁ ସ୍ଥାନୀୟ ଲୋକ  ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତଥାପି  ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  (ଡିଏସ୍‌ଏସ୍‌ଓ) ଥବୀର ମହାନନ୍ଦ କହିଛନ୍ତି, ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ରିପୋର୍ଟ ଦିଆଯାଇଛି ।  ଅଭିଯୁକ୍ତଙ୍କ ନାଁରେ ଥାନାରେ ଏତଲା ଦିଆଯିବ ।  ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଘରକୁ ସିଜ୍‌  କରାଯିବ । କୌଣସି ସରକାରୀ ଅନୁଦାନ ଦିଆଯିବ ନାହିଁ । ଘଟଣାର ତଦନ୍ତ ଜାରି ରହିଛି । ସମ୍ବଲପୁର ଏସଡିପିଓ ତୋଫାନ୍‌ ବାଗ୍‌ କହିଛନ୍ତି, ଏତଲା ହୋଇ ନ  ଥିବାରୁ କାହାକୁ ଅଟକ କିମ୍ବା ଗିରଫ କରାଯାଇ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.