ଫିରିଙ୍ଗିଆ, ୧୪/୦୭: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଲନ୍ଦା ପଡ଼ାରେ ଗତ ଦେଢ଼ ବର୍ଷ ଧରି ବିଏସଏନଏଲ ସେବା ଅଚଳ ହୋଇ ପଡିଛି l ଏହି ବିଏସଏନଏଲ ଟାୱାର କାର୍ଯ୍ୟକ୍ଷମ ହେବା ପରେ ଅଞ୍ଚଳବାସୀ ମୋବାଇଲ ସେବା ପାଇଥିଲେ । ଏହାଛଡ଼ା ସମସ୍ତେ ରାସନ କାର୍ଡ ହେଉ କି ଅନ୍ୟାନ୍ୟ କାମରେ ନିଜ ନମ୍ବରକୁ ଦେଇଥିଲେ l ବର୍ତମାନ ଦୀର୍ଘ ଦେଢ଼ ବର୍ଷ ଧରି ଅଚଳ ହେବା ଫଳରେ କୌଣସି ଅନଲାଇନ କାର୍ଯ୍ୟରେ ମୋବାଇଲ୍ ଓଟିପି ଆସିପାରୁନାହିଁ । ତେଣୁ ସ୍ଥାନୀୟ ଲୋକେ ପଞ୍ଚାୟତରୁ ରାସନ ଉଠାଇବା ହେଉ କି ଅନ୍ୟ ସରକାରୀ କାର୍ଯ୍ୟ ପାଇଁ ବହୁ ହନ୍ତସନ୍ତ ହେଉଛନ୍ତି ।
ବିଏସଏନଲ ଟାଓ୍ବାର ଅଚଳ ହେବା ପରଠାରୁ ମେଡିକାଲରେ ଠିକ୍ ଭାବେ ଇଣ୍ଟରନେଟ୍ କାମ କରୁ ନାହିଁ । ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କର ଅନଲାଇନ ପାଠପଢ଼ା ପ୍ରଭାବିତ ହେଉଛି । ଦୀର୍ଘ ଦିନ ହେଲା ବିଏସଏନଏଲ ମୋବାଇଲ ନେଟଓ୍ବାର୍କ ସେବା ଠପ୍ ହୋଇଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି l
ତୁରନ୍ତ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଏହି ଅଚଳ ଟାୱାରକୁ କାର୍ଯ୍ୟକ୍ଷମ କରିବା ସହ ଅଞ୍ଚଳରେ ସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ସଞ୍ଜୟ କୁମାର ସାହୁ, ଜିତେନ୍ଦ୍ର ସାହୁ, ରଞ୍ଜିତ ସାହୁ ହେମନ୍ତ ଦଣ୍ଡିଆ, ନେପାଳ ଡାକୁଆ, ରଶ୍ମି ରଞ୍ଜନ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି ।