ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କଟକ ବାଲିଯାତ୍ରା ବୁଲି ଯାଇଥିବାବେଳେ ବିଟେକ୍ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ

Published By : Gurupada Nath | November 23, 2024 11:14 PM

ଭଞ୍ଜନଗର,୨୩/୧୧ : କଟକ ବାଲିଯାତ୍ରା ବୁଲି ଯାଇଥିବାବେଳେ ଭଞ୍ଜନଗର ବ୍ଲକ ତାରା ସିଂ ଥାନା ଅଞ୍ଚଳର ଗାଲେରୀ ଗ୍ରାମର ପ୍ରମୋଦ ସାହୁ (୧୮) ନାମକ ଜଣେ ଯୁବକର ଆକସ୍ମିକ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଗାଲେରୀ ଗ୍ରାମର ବିଜୟ କେତନ ସାହୁ ତାଙ୍କର ୨ ପୁଅଙ୍କ ସହ ଶୁକ୍ରବାର କଟକ ବାଲିଯାତ୍ରା ବୁଲି ଦେଖିବାକୁ ଯାଇଥିଲେ । ଆଉ ବାଲିଯାତ୍ରାର ଏକ ପଏଣ୍ଟରେ ସେଲ୍ଫି ଉଠାଉଥିବାବେଳେ ବିଜୟ କେତନଙ୍କ ସାନପୁଅ ପ୍ରମୋଦ ହଠାତ୍ ବେହୋସ୍ ହୋଇ ତଳେ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ ବାଲିଯାତ୍ରା ପଡ଼ିଆରେ ଥିବା ମେଡିକାଲ କ୍ୟାମ୍ପକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ପ୍ରମୋଦଙ୍କୁ ମୃତ ଘୋଷଣା କରିଥିଲେ। 

ପ୍ରମୋଦ ବିଟେକ୍ ପ୍ରଥମ ବର୍ଷର ଛାତ୍ର ହୋଇଥିବାବେଳେ ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଖବର ଗାଲେରୀରେ ପ୍ରଚାରିତ ହେବା ମାତ୍ରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ପୁରୀ ସ୍ଵର୍ଗଦ୍ଵାରରେ ପ୍ରମୋଦଙ୍କ ଅନ୍ତିମ ସତ୍କାର କରାଯାଇଛି। କାହିଁକି ଓ କେଉଁ ପରିସ୍ଥିତିରେ ପ୍ରମୋଦଙ୍କ ମୃତ୍ୟୁ ଘଟିଲା ତାକୁ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.