ଭୁବନେଶ୍ୱର,୦୩/୦୫: ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରେ ଅଘଟଣ। ବେକରେ ରଶି ଲଗାଇ ଝୁଲିପଡିଲେ ବିଟେକ୍ ଛାତ୍ର। ହଷ୍ଟେଲରୁ ଉଦ୍ଧାର ହୋଇଛି ଛାତ୍ରଙ୍କ ଝୁଲନ୍ତା ମୃତଦେହ। ମୃତ ଛାତ୍ର ଜଣକ ମୟୂରଭଞ୍ଜ ଜିଲ୍ଲାର ବିଶ୍ବାସ ସ୍ବାଇଁ ବୋଲି ଜଣାପଡିଛି। ସେପଟେ ଏହି ଘଟଣାକୁ ନେଇ ହଷ୍ଟେଲ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ମୃତ ଛାତ୍ରକୁ କଲେଜରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ଜଣେ ସିନିୟର୍ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏଥିସହ ଘଟଣାସ୍ଥଳରେ ୨ ପ୍ଳାଟୁନ୍ ପୁଲିସ ଫୋର୍ସ ମୁତୟନ ହେବା ସହ ଘଟଣାର ତଦନ୍ତ କରୁଛି ପୁଲିସ ।
ଆହୁରି ପଢନ୍ତୁ- ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ମର୍ଡର ମିଷ୍ଟ୍ରି: ଦୁଇଦିନିଆ ରିମାଣ୍ଡରେ ଡ୍ରାଇଭର ଶୁଭମ ଓ ସହଯୋଗୀ, ବଣଗାଁରେ ପୁଣି ସିନ୍ ରିକ୍ରିଏସନ୍