ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବଜେଟ୍‌ ୨୦୨୫ : ନ୍ୟୁକ୍ଲିୟର ଏନର୍ଜିରେ ପ୍ରାଇଭେଟ୍‌ ସେକ୍ଟରର ଏଣ୍ଟ୍ରି , ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେବ ରିଆକ୍ଟର

Published By : Prameya | February 1, 2025 7:30 PM

ନୂଆଦିଲ୍ଲୀ : ଭାରତ ନ୍ୟୁକ୍ଲିୟର ଏନର୍ଜି କ୍ଷେତ୍ରରେ ବଡ଼ ଲମ୍ଫ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛି। ଆଜିର ବଜେଟ୍‌ରେ ଏହା ସ୍ପଷ୍ଟ ଝଲକ ଦେଖିବାକୁ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ୨୦୨୫ରେ ନ୍ୟୁକ୍ଲିୟର ଏନର୍ଜୀ କ୍ଷେତ୍ର ପାଇଁ ବଡ଼ ଆକାରର ୨୦ ହଜାର କୋଟି ଟଙ୍କାର ବଜେଟ୍‌ ଆବଣ୍ଟିତ କରିଛନ୍ତି।

ସରକାର ଏହି କ୍ଷେତ୍ରରେ ପ୍ରାଇଭେଟ୍‌ ପ୍ଲେୟାର୍ସଙ୍କୁ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ଖାଲି ଏତିକି ନୁହେଁ ଘରୋଇ ନିବେଶକଙ୍କ ସ୍ଥାନ ପାଇଁ ସରକାର ଆଟମିକ୍‌ ଏନର୍ଜୀ ଆକ୍ଟ ଓ ସିଭିଲ ଲାଇବଲିଟି ଫର୍‌ ନ୍ୟୁକ୍ଲିୟର ଡ୍ୟାମେଜ୍‌ ଆକ୍ଟରେ ପରିବର୍ତ୍ତନ କରିବାକୁ ମଧ୍ୟ ପ୍ରସ୍ତୁତ। 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପିତ କରି କହିଛନ୍ତି, ୨୦୪୭ ସୁଦ୍ଧା ଅତି କମ୍‌ରେ ୧୦୦ ଗିଗାୱାଟ୍‌ ପରମାଣି ଶକ୍ତିର ବିକାଶ ଆମର ଏନର୍ଜୀ ଟ୍ରାଞ୍ଜିସନର ଚେଷ୍ଟା ପାଇଁ ଆବଶ୍ୟକ। ନିର୍ମଳା ସୀତାରମଣ କହିଛନ୍ତି ଭାରତରେ ୮ ଲକ୍ଷ ଭିତରେ ଅର୍ଥାତ୍‌ ୨୦୩୩ ସୁଦ୍ଧା ଅତି କମ୍‌ରେ ୫ଟି ଛୋଟ ଛୋଟ ନ୍ୟୁକ୍ଲିୟାର ରିଆକ୍ଟର ବିକଶିତ କରି ଏହାକୁ ଚାଲୁ କରିବ। 

ପରମାଣୁ ଶକ୍ତି କ୍ଷେତ୍ରରେ ପ୍ରାଇଭେଟ୍‌ ଖେଳାଳିଙ୍କୁ ଆମନ୍ତ୍ରିତ କରି ଅର୍ଥମନ୍ତ୍ରୀ କହିଛନ୍ତି , ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ୍‌ର ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମେ ଘରୋଇ କ୍ଷେତ୍ରର ଖେଳାଳିଙ୍କ ସହ ସକ୍ରିୟ ପାର୍ଟନରସିପ୍‌ର ଆରମ୍ଭ କରିବାକୁ ଯାଉଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଏନର୍ଜୀ ସେକ୍ଟରରେ ବରିଷ୍ଠ ଖେଳାଳିଙ୍କ ପ୍ରବେଶକୁ ସହଜ କରିବା ପାଇଁ ସରକାର ଆଟମିକ୍‌ ଏନର୍ଜୀ ଆକ୍ଟ ଓ ସିଭିଲ ଲାଇବଲିଟି ଫର୍‌ ନ୍ୟୁକ୍ଲିୟର ଡ୍ୟାମେଜ୍‌ ଆକ୍ଟରେ ପରିବର୍ତ୍ତନ କରିବାକୁ ମଧ୍ୟ ପ୍ରସ୍ତୁତ। ସେ ଆହୁରି ଘୋଷଣା କରିଛନ୍ତି କି, ଛୋଟ ଛୋଟ ମଡ୍ୟୁଲର ଅନୁସନ୍ଧାନ ଏବଂ ବିକାଶ ପାଇଁ ୨୦,୦୦୦ କୋଟି ଟଙ୍କାର ରାଶିରେ ଏକ ପରମାଣୁ ଶକ୍ତି ମିଶନ ସ୍ଥାପିତ କରାଯିବ। କହି ରଖୁଛୁ କି , ବର୍ତ୍ତମାନରେ ଭାରତ ନିକଟରେ ୪୬୨ ଗିଗାୱାଟ୍‌ ବିଦ୍ୟୁତ୍‌ ସୃଷ୍ଟି କରିବାର କ୍ଷମତା ଅଛି। ଏଥିରେ ପରମାଣୁ ଶକ୍ତିଙ୍କର ଭାଗ ମାତ୍ର ୮ ଗିଗାୱାଟ ଅଛି।

ସ୍ମଲ୍‌ ମଡ୍ୟୁଲର ରିଆକ୍ଟର (ଏସଏମଆରଏସ) ଛୋଟ ସ୍ତରର ପରମାଣୁ ରିଆକ୍ଟର ହୋଇଥାଏ, ଯାହା ପାରମ୍ପରିକ ପରମାଣୁ ଶକ୍ତି ତୁଳନାରେ ବହୁତ କମ୍‌ ଶକ୍ତି ଉତ୍ପାଦନ କରିଥାନ୍ତି ଏବଂ ଆକାରରେ ଛୋଟ ହୋଇଥାଏ । ସ୍ମଲ୍‌ ମଡ୍ୟୁଲର ରିଆକ୍ଟର ସାଧାରଣରେ ୩୦୦ ମେଗାୱାଟ୍‌ ବିଦ୍ୟୁତ୍‌ ସୃଷ୍ଟି  କରିପାରେ।ଯାହାକି ବଡ଼ ସ୍ତରରେ ପାରମ୍ପରିକ ରିଆକ୍ଟର ୧୦୦୦ ମେଗାୱାଟ୍‌ ବିଦ୍ୟୁତ୍‌ ସୃଷ୍ଟି କରି ପାରେ। 

ସ୍ମଲ୍‌ ମଡ୍ୟୁଲର ରିଆକ୍ଟର୍ସ (ଏସଏମଆରଏସ) ପାଇଁ ପ୍ରୟୋଗ କରାଯାଉ ଥିବା ଇନ୍ଧନ ମୁଖ୍ୟ ରୂପେ .ୟୁରେନିୟମ ହୋଇଥାଏ। ଏଥିପାଇଁ ୟୁରେନିୟମ-୨୩୫ର ଷ୍ଟିକ୍ସ ଏକ୍ସପେରିମେଣ୍ଟ କରାଯାଏ। ୟୁରେନିୟମ-୨୩୫ ଉଚ୍ଚ ଶକ୍ତି ଉତ୍ସର୍ଜନ ପାଇଁ ଜଣାଯାଏ।

ସ୍ମଲ୍‌ ମଡ୍ୟୁଲର ରିଆକ୍ଟର୍ସ ଅନେକ ସମୟରେ ପାସିଭ୍‌ ସେଫ୍ଟି ସିଷ୍ଟମ୍ସ ସାମିଲ କରିଥାନ୍ତି, ଯାହାକୁ ଜରୁରିକାଳୀନ ସ୍ଥିତିରେ ମଣିଷର ହସ୍ତକ୍ଷେପର କମ୍‌ ବା କୌଣସି ଆବଶ୍ୟକ ହୋଇ ନଥାଏ। ଏହାର ଅର୍ଥ କି ଜରୁରୀ ସ୍ଥିତିରେ ବା ଆବଶ୍ୟକ ପଡ଼ିଲେ ଏହା ବାହ୍ୟ ଶକ୍ତି ବା ମାନବ କାର୍ଯ୍ୟାନୁଷ୍ଠାନ ବିନା ସୁରକ୍ଷିତ ବନ୍ଦ ହୋଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.