ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତର ସବୁଠୁ ଧନୀ କମେଡିଆନ୍‌, ପ୍ରତି ଏପିସୋଡକୁ ନିଅନ୍ତି ୫କୋଟି...ଧନ-ସମ୍ପତିରେ ବଲିଉଡ୍‌ ଷ୍ଟାରଙ୍କୁ ଦିଅନ୍ତି ଟକ୍କର

Published By : Krishna Priya | July 13, 2025 2:58 PM

ନୂଆଦିଲ୍ଲୀ ୧୩/୦୭: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ପରେ, ଏବେ ପ୍ରମୁଖ ପ୍ଲାଟଫର୍ମ ପାଲଟିଛି ଭାରତୀୟ ଟେଲିଭିଜନ ଅଣ୍ଡଷ୍ଟ୍ରି। କିନ୍ତୁ ଏହି ଇଣ୍ଡଷ୍ଟ୍ରିରେ ଯେତେବେଳେ ଧନ-ସମ୍ପତି କଥା ଆସେ, ଶୀର୍ଷ ସ୍ଥାନଟି ଜଣେ ପାରମ୍ପରିକ ଫିଲ୍ମ ଅଭିନେତାଙ୍କର ନୁହେଁ ବରଂ ଜଣେ ଏପରି ହାସ୍ୟ ଅଭିନେତାଙ୍କର ଯିଏ ଥରେ ଗାୟକ ହେବାର ସ୍ୱପ୍ନ ଦେଖିଥିଲେ। ମାସିକ ମାତ୍ର ୫୦୦ ଟଙ୍କା ରୋଜଗାର ସହିତ ଆରମ୍ଭ କରି, ସଫଳତାର ସିଡ଼ି ଚଢ଼ି ଭାରତୀୟ ଟେଲିଭିଜନର ସବୁଠାରୁ ଧନୀ ହାସ୍ୟ ଅଭିନେତାଙ୍କ ମଧ୍ୟରୁ ଜଣେ ହୋଇଛନ୍ତି ସେ।  ଯିଏ ବର୍ତ୍ତମାନ ପ୍ରତି ଏପିସୋଡରେ ୫ କୋଟି ରୋଜଗାର କରୁଛନ୍ତି ଏବଂ ତାଙ୍କର ମୋଟ ସମ୍ପତ୍ତି ୩୦୦ କୋଟି ବୋଲି କୁହାଯାଉଛି।

ଆମେ କହୁଥିବା ଏହି ହାସ୍ୟ ଅଭିନେତା ଜଣଙ୍କ ହେଉଛନ୍ତି କପିଲ ଶର୍ମା। ପଞ୍ଜାବରେ ଜନ୍ମଗ୍ରହଣ କରିଥିବା କପିଲଙ୍କ ବାପା ୧୯୯୭ ମସିହାରେ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ । ଯାହାପରେ ପିବାର ଦାୟିତ୍ୱ ତାଙ୍କ ଉପରେ ଆସିଥିଲା। ସେ ଏକ PCO ଏବଂ ପରେ ଏକ କପଡ଼ା ମିଲରେ କାମ କରିଥିଲେ । ଯେଉଁଠାରେ ସେ ପ୍ରତି ମାସରେ ୫୦୦ ଟଙ୍କା ରୋଜଗାର କରୁଥିଲେ। ତାଙ୍କ କ୍ୟାରିୟରର ମୋଡ଼ ସେତେବେଳେ ଆସିଥିଲା ଯେତେବେଳେ ସେ "ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫଟର୍ ଚ୍ୟାଲେଞ୍ଜ" ପାଇଁ ଅଡିସନ୍ ଦେଇଥିଲେ। ପ୍ରଥମେ ତାଙ୍କୁ ରିଜେକ୍ଟ କରାଯାଇଥିଲା, କିନ୍ତୁ ପରେ ସେ ମନୋନୀତ ହୋଇଥିଲେ ଆଉ ସେ ଏହି ଶୋ’ର ବିଜେତା ହୋଇଥିଲେ।

ପରେ କମେଡି ସର୍କସରେ ବିଜୟ ଏବଂ ଅନେକ ଶୋ’ ହୋଷ୍ଟ କରିବା ସହିତ ତାଙ୍କର କ୍ୟାରିଅର ଆଗକୁ ବଢ଼ିବାରେ ଲାଗିଲା। ୨୦୧୩ ମସିହାରେ, ସେ କମେଡି ନାଇଟ୍ସ ୱିଥ୍ କପିଲ ଏବଂ ତା’ପରେ ୨୦୧୬ ମସିହାରେ ଦି କପିଲ ଶର୍ମା ଶୋ’ ଆରମ୍ଭ କରିଥିଲେ। ଏହି ଶୋ’ଗୁଡ଼ିକ ତାଙ୍କୁ ସାରା ଭାରତରେ ଘରେ ଘରେ ପରିଚିତ କରାଇଥିଲା। ନିକଟରେ, କପିଲ ନେଟଫ୍ଲିକ୍ସରେ "ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ" ସହିତ ପରଦାକୁ ଫେରିଥିଲେ, ଯାହା ପ୍ରତି ଏପିସୋଡ୍ ପାଇଁ ୫ କୋଟି ରୋଜଗାର କରିଥିଲା ବୋଲି ଜଣାପଡ଼ିଛି। ତିନୋଟି ସିଜିନ୍ ରେ ପ୍ରତି ସିଜିନ୍ ପାଇଁ ୧୩ ଏପିସୋଡ୍ ସହିତ, ଏହି ହାସ୍ୟ ଅଭିନେତା କେବଳ ଏହି ଶୋ’ରୁ ପ୍ରାୟ ୨୦୦ କୋଟି ରୋଜଗାର କରିଛନ୍ତି।

କପିଲ ବର୍ତ୍ତମାନ ତାଙ୍କ ପତ୍ନୀ ଗିନି ଏବଂ ଦୁଇ ପିଲାଙ୍କ ସହ ମୁମ୍ବାଇର ଅନ୍ଧେରୀରେ ୧୫ କୋଟି ମୂଲ୍ୟର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଛନ୍ତି। ସେ ଏବେ ଅଭିଷେକ ବଚ୍ଚନ ଏବଂ ରଣବୀର ସିଂହଙ୍କ ସମେତ ଅନେକ ବଲିଉଡ ଷ୍ଟାରଙ୍କ ଠାରୁ ଧନୀ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.