ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଗତ କରିଛନ୍ତି ୨୦୨୫-୨୬ ବଜେଟ୍। ଏହି ବଜଟେ୍ରେ ଯୁବା, ମହିଳା, ଶିକ୍ଷା-ସ୍ବାସ୍ଥ୍ୟ ସହ ବିଭିନ୍ନ ଦିଗ ପାଇଁ ବଡ଼ ଘୋଷଣା କରାଯାଇଛି। ବଜେଟ୍ ୨୦୨୫ ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ କରାଯାଇଛି ବଡ଼ ଆବଣ୍ଟନ। କେନ୍ଦ୍ର ବଜେଟ୍ରେ ଭାରତ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬.୮ ଲକ୍ଷ କୋଟି ଟଙ୍କାର ବଜେଟ୍ ଘୋଷଣା କରିଛନ୍ତି। ଚଳିତ ବଜେଟରେ ଭାରତ ସରକାର ପ୍ରତିରକ୍ଷା ପାଇଁ ୩୬ ହଜାର ୯୫୯ କୋଟି ବଢାଇଛନ୍ତି।

ଗତ ବର୍ଷ ତୁଳନାରେ ଏହା ପ୍ରାୟ ୯% ବୃଦ୍ଧି ଘଟିଛି। ଗତ ବର୍ଷ ବଜେଟ୍ ୨୦୨୪ ରେ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬.୨୧ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା। ଏହି ରାଶି ଆର୍ଥିକ ବର୍ଷ ୨୦୨୩-୨୪ ତୁଳନାରେ ୪.୭୯% ଅଧିକ ଥିଲା। ସେତେବେଳେ ମୋଟ ୫.୯୪ ଲକ୍ଷ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଥଲା। ଏଥର ୨୦୨୫ ବଜେଟ୍ରେ ପ୍ରତିରକ୍ଷା କ୍ଷେତୟରେ ପ୍ରାୟ ୬୦ ହଜାର କୋଟି ଟଙ୍କା ବୃଦ୍ଧି ହୋଇଛି। ଏଥର ଭାରତ ସରକାର ପ୍ରତିରକ୍ଷା ପାଇଁ ମୋଟ ୬.୮ ଲକ୍ଷ କୋଟି ଟଙ୍କାର ବଜେଟ୍ ଘୋଷଣା କରିଛନ୍ତି। ଏହି ବଜେଟ୍ ଅନୁମାନିତ ଜିଡିପିର ୧.୯୧ ପ୍ରତିଶତ। ୬.୮ ଲକ୍ଷ କୋଟି ଟଙ୍କାର ବଜେଟ୍ରେ ୧.୮ ଲକ୍ଷ କୋଟି ଟଙ୍କାର କ୍ୟାପିଟାଲ ବଜେଟ୍ରେ ରଖାଯାଇଛି। ଉଲ୍ଲେଖନୀୟ ଯେ, ଏହି ଟଙ୍କା ନୂଆ ହତିଆର, ବିମାନ, ଯୁଦ୍ଧପୋତ ଓ ଅନ୍ୟ ସାମାରିକ ସାଜସରଞ୍ଜାମ କିଣାଯିବ।
କେନ୍ଦ୍ର ବଜେଟ୍ ୨୦୨୫-୨୬ ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ରେକର୍ଡ କରାଯାଇଥିବା ୬.୮୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଆବଣ୍ଟନ କରାଯାଇଛି। ଏଥିରେ ୯.୫୩% ବୃଦ୍ଧି କରାଯାଇଛି। ସଶସ୍ତ୍ର ବାହିନୀର ପୁଞ୍ଜିଗତ ବଜେଟ୍ ଅନୁସାରେ ୧.୮୦ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ବଜେଟ୍ରେ ସେନାର ଆଧୁନୀକିକରଣ ଏକ ପ୍ରମୁଖ ଫୋକସ୍ରେ ରହିଛି। ଘରୋଇ ଉଦ୍ୟୋଗରୁ କିଣିବା ପାଇଁ ୧.୧୨ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରତିରକ୍ଷା ପେନଶନ ପାଇଁ ଆବଣ୍ଟନରେ ୧୪% ବୃଦ୍ଧି କରାଯଇଛି। ECHS ପାଇଁ ୮,୩୧୭ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକଶ ବଜେଟ୍ରେ ୧୨% ବୃଦ୍ଧି କରାଯାଇଛି। ଆଇସିଜିର କ୍ୟାପିଟାଲ ବଜେଟ୍ରେ ୪୩% ବୃଦ୍ଧି ଘଟିଛି। କ୍ୟାପିଟାଲ ହେଡ୍ ଅନୁସାରେ ବିଆରଓକୁ ୭,୧୪୬ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।
ମହିଳା, SC-ST ଙ୍କ ପାଇଁ ଖାସ୍ ଉପହାର: ଉଦ୍ୟୋଗ ଆରମ୍ଭ କରୁଥିଲେ ମିଳିବ ଏତେ କୋଟି ଋଣ