ଜ୍ୟୋତିଷ ଗଣନାନୁସାରେ ଚଳିତ ବର୍ଷ ୧ ଅଗଷ୍ଟରେ ସୂର୍ଯ୍ୟ ଓ ବୁଧ ଏକାଠି ହେବେ । ସୂର୍ଯ୍ୟ ଓ ବୁଧ ଏକାଠି ହେବା ଦ୍ୱାରା ଦୃଷ୍ଟି ଯୋଗ ସୃଷ୍ଟି ହେବ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ ୫ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ସୂର୍ଯ୍ୟ ଓ ବୁଧ ଏକାଠି ହୋଇ ବୁଦ୍ଧାଦିତ୍ୟ ଯୋଗ ମଧ୍ୟ ସୃଷ୍ଟି କରି ଥାନ୍ତି । ଏହା ଅତ୍ୟନ୍ତ ଶୁଭ ଯୋଗ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।
ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ଶକ୍ତିର କାରକ କୁହାଯାଉଥିବା ବେଳେ ବୁଧଙ୍କୁ ବୁଦ୍ଧି, ବାଣୀର କାରକ ବୋଲି କୁହାଯାଏ । ଉଭୟ ଏକାଠି ହେବା ପରେ ବୁଦ୍ଧିମତା, ନେତୃତ୍ୱ କ୍ଷମତା, ଉଚ୍ଚ ଚିନ୍ତାଧାରା ଆଦି ଦ୍ୱାରା ଖୁବ୍ ସଫଳତା ମିଳିଥାଏ । ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ..
ମିଥୁନ- କର୍ମକ୍ଷେତ୍ରରେ ଉନ୍ନତି, ମାନସିକ ଶାନ୍ତି ସହ ବ୍ୟବସାୟରେ ଖୁବ୍ ଉନ୍ନତି ହେବ । ଧନ ପ୍ରାପ୍ତିର ଯୋଗ ରହିଛି । ଅଧିକ ଶୁଭଫଳ ପାଇଁ ତମ୍ବାପାତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ସଫଳତା ମିଳିବ ।
ସିଂହ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ନେତୃତ୍ୱ ନେବାର କ୍ଷମତା ବଢିବ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ ପଦନ୍ନୋତି ସହ ସମ୍ମାନ ବୃଦ୍ଧି ହେବ । ଧନ ମିଳିବ। ଅଧିକ ଶୁଭଫଳ ପାଇଁ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ ।
କନ୍ୟା- ଚାକିରିରେ ପଦନ୍ନୋତି ସହ ଟଙ୍କା ନିବେଶ କରି ଲାଭବାନ୍ ହେବେ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ନୂଆ ନୂଆ ଜିନିଷ କିଣିବେ । ଅଧିକ ଶୁଭଫଳ ପାଇଁ ଗାଈଙ୍କୁ ଖାଇବାକୁ ଦିଅନ୍ତୁ ।
ତୁଳା- ଆର୍ଥିକ ସ୍ଥିତିରେ ସଫଳତା ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ସମ୍ପର୍କରେ ମଧୁରତା ରହିବ । ଆୟରେ ବୃଦ୍ଧି ହେବ । ଅଧିକ ଶୁଭଫଳ ପାଇଁ ଧବଳ ପୋଷାକ ପିନ୍ଧିବା ସହ ଶୁଦ୍ଧ ଘିଅର ଦୀପ ଲଗାନ୍ତୁ ।
ମକର- ପ୍ରତିଷ୍ଠା ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସମ୍ମାନ, ଉଚ୍ଚ ଅଧିକାରୀଙ୍କ ସହଯୋଗ ସହ ହଠାତ୍ ଧନ ପ୍ରାପ୍ତି ହେବ । ଦୀର୍ଘ ଦିନରୁ ଥିବା ଇଚ୍ଛା ପୂରଣ ହେବ । ଅଧିକ ଶୁଭଫଳ ପାଇଁ ରାଶି ଓ ଗୁଡ଼ ଦାନ କରନ୍ତୁ । ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ ।