ଆନନ୍ଦପୁର,୨୩।୧୧ : ଗୁହାଳରୁ ଟେକି ନେଇ ମଇଁଷି ଛୁଆ ମାରି ଖାଇଲା ବାଘ । ଆନନ୍ଦପୁର ରେଞ୍ଜ ଅନ୍ତର୍ଗତ ସନ୍ତଷପୁର ରିଜର୍ଭ ଫରେଷ୍ଟ ଅନ୍ତର୍ଗତ ମଡଣ୍ଡପଡା ଗାଁରେ ଘଟିଛି ଘଟଣା। ଜଣେ ବ୍ୟକ୍ତି ଗୁହାଳରୁ ଶନିବାର ରାତିରେ ଏକ ୨ବର୍ଷର ମଇଁଷି ଛୁଆକୁ ବାଘ ଟେକି ନେଇଥିଲା । ଘର ଠାରୁ ୪୦୦ ମିଟର ଦୂରରେ ମଇଁଷିକୁ ଖାଇ ମୁଣ୍ଡ ଓ ପଞ୍ଜରା ହାଡ ପକାଇ ଚାଲି ଯାଇଥିଲା। ଖବରପାଇ ଆନନ୍ଦପୁର ବନବିଭାଗର ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି।