ବଲାଙ୍ଗିର,୧।୬ ବନ୍ଧୁକ ଦେଖାଇ ଦୁଇ ଯୁବକଙ୍କଠାରୁ ବୁଲେଟ୍ ଲୁଟିନେଲେ ହେଲମେଟ ପିନ୍ଧା ଦୁର୍ବୃତ୍ତ । ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ରାସ୍ତା ଅସୁରପୁଲି ନିକଟରେ ରବିବାର ଏଭଳି ଏକ ଲୁଟ୍ ହୋଇଛି।
ବୁଲେଟରେ ଯାଉଥିବା ଦୁଇଜଣଙ୍କୁ ବନ୍ଧୁକ ଦେଖାଇ ରାସ୍ତାରେ ପ୍ରଥମେ ଅଟକାଇବା ପରେ ଦୁର୍ବୃତ୍ତମାନେ ବୁଲେଟ ଲୁଟ କରି ଫେରାର୍ ମାରିଛନ୍ତି। ଦୁଇ ଦୁବୃର୍ତ୍ତ ବନ୍ଧୁକ ଧରିଥିବା କହିଛନ୍ତି ବୁଲେଟ୍ ମାଲିକ I ତେବେ ଲୁଟେରା ମାନେ ଛାଡ଼ି ଯାଇଥିବା ବାଇକ୍ ଟି ମଧ୍ୟ ଚୋରି ବାଇକ୍ ବୋଲି ଜଣାପଡିଛି। ତେବେ ପୁଲିସ ଉକ୍ତ ବାଇକ୍ କୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଯୁବକ ଦ୍ଵୟ ପୁଇଁତଳା ଥାନାରେ ଏତଲା ଦେଇଛନ୍ତି।