ବଣାଇ,୨୧/୦୮: ଲହୁଣିପଡ଼ାରୁ ବଣାଇ ଦେଇ ଭୁବନେଶ୍ଵର ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ପ୍ରଧାନ କୋଚ ଦୁର୍ଘଟଣାଗ୍ରସ୍ତ । ବଣାଇ ଥାନା ଅନ୍ତର୍ଗତ ବାଲିଘାଟ ଛକରେ ଭାରସାମ୍ୟ ହରାଇ ଖାଲ ଭିତରକୁ ପଶିଗଲା ବସ୍‌ । ଦୁର୍ଘଟଣାରେ ଚାଳକଙ୍କ ସମେତ ଅନ୍ୟ ଜଣେ  ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଗୁରୁବାର ସକାଳୁ ଏକ ବସ୍‌ ଲହୁଣିପଡ଼ାରୁ ବଣାଇ ଅଭିମୁଖେ ବାହାରିଥିଲା । ବସ୍‌ଟି ଲହୁଣିପଡ଼ା ଠାରୁ ବଣାଇ ଦେଇ ଭୁବନେଶ୍ୱର ଯାଇଥାନ୍ତା । ହେଲେ ବାଲିଘାଟ ଛକରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ବାଇକ୍‌କୁ ବଞ୍ଚାଇବାକୁ ଯାଇ ଖାଲ ଭିତରକୁ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ଚାଳକର ଗୋଡ଼ରେ ଆଘାତ ଲାଗିବା ସହ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରି ପୁଲିସ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।