ନରସିଂହପୁର,୨୫/୫ : ଘରୋଇ ବସ୍ ସହିତ ବାଇକ୍ ଦୁର୍ଘଟଣା ଘଟି ୨ବାଇକ୍ ଆରୋହୀ ଗୁରୁତର । ଗୁରୁତରମାନେ ହେଲେ କଟକ ସିଡିଏ ସେକ୍ଟର ୯ର ଦୀପକ ରଞ୍ଜନ ଦାସ(୩୩) ଏବଂ ବିକାଶ ଦାସ(୩୫) । ନରସିଂହପୁର କଟକ ମୁଖ୍ୟ ରାସ୍ତାର ପଦ୍ମପୁର ନିକଟରେ ଏକ ଘରୋଇ ବସ୍ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା ।
ବସଟି ନରସିଂହପୁରରୁ କଟକ ଯାଉଥିବା ସମୟରେ ଦୀପକ ଓ ବିକାଶ ବାଇକରେ ଦଶପଲ୍ଲା ଯାଉଥିବାବେଳେ ନରସିଂହପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ନିକଟରେ ଉଭୟ ଓ ବାଇକ ଏବଂ ବସ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନରସିଂହପୁର ମେଡିକାଲକୁ ଚିକିତ୍ସା ପାଇଁ ଆଣାଯାଇଥିବାବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ନରସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।