ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବସ୍ ସହ ପିଟି ହେଲା ଅଟୋ: ୭ ମୃତ, ଅନେକ ଆହତ

Published By : Ankita S | November 24, 2024 8:00 AM

ଅମରାବତୀ,୨୪/୧୧: ଭୟଙ୍କର ସଡକ ଦୁର୍ଘଟଣା । ବସ୍ ଓ ଅଟୋ ମଧ୍ୟରେ ଧକ୍କା ହେବା ଫଳରେ ଦୁର୍ଘଟଣା ହୋଇଛି । ଚାଲିଗଲା ୭ ଜୀବନ । ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ତାଲାଗାସିପାଲି ନିକଟରେ ଏକ ଭୟାନକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । କୁହୁଡି କାରଣରୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।

ସୂଚନାଅନୁସାରେ, ଅଟୋ ରିକ୍ସାରେ ମୋଟ ୧୩ ଜଣ ଲୋକ ଥିଲେ । ସମସ୍ତେ ଶ୍ରମିକ ଥିଲେ । କାମ ସାରି ଘରକୁ ଫେରୁଥିଲେ। ଅନନ୍ତପୁର ଜିଲ୍ଲା ନିକଟରେ ଏକ ଭୟାନକ ସଡକ ଦୁର୍ଘଟଣା ଘଟିଲା । ଅଟୋ  ରିକ୍ସାଟି ବସରେ ପିଟି ହୋଇଥିଲା। ଫଳରେ ଏହି ଦୁର୍ଘଟଣା ହୋଇଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ଡି ନାଗାମ୍ମା, ରାମଜିନାମ୍ମା, ବାଲାପେଡାୟା ଏବଂ ବି ନାଗାମ୍ମା ।

ଦୁର୍ଘଟଣାକୁ ନେଇ ଗଭୀର ଦୁଃଖପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ଏହା ସହିତ ଆହତଙ୍କୁ ଉତ୍ତର ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ କହିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.