ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୩ ଦଫା ଦାବି ନେଇ ମହିଳା କଣ୍ଡକ୍ଟରଙ୍କ ଆନ୍ଦୋଳନ: ମୁଖ୍ୟମନ୍ତ୍ରୀ ବସ୍ ସେବା ଠପ୍‌, ଯାତ୍ରୀ ହନ୍ତସନ୍ତ

Published By : Harapriya Sethi | November 25, 2024 12:00 PM

ପାଟଣା,୨୫/୧୧: ପାଟଣା ବ୍ଲକ୍‌ରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଠପ୍‌ ହୋଇଛି । ୩ ଦଫା ଦାବି ନେଇ ପାଟଣା ବ୍ଲକ ଅଞ୍ଚଳର ୫ ଟି ମୁଖ୍ୟମନ୍ତ୍ରୀ ବସ୍‌ର ୧୨ ଜଣ ମହିଳା କଣ୍ଡକ୍ଟର ଆନ୍ଦୋଳନକୁ ଓହ୍ଲାଇଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଇବାକୁ ମିଳିଛି ।

ସୂଚନା ମୁତାବକ, ପାଟଣା ବ୍ଲକ୍‌ରେ ମୁଖ୍ୟମନ୍ତ୍ରୀ ବସ୍‌ର ମହିଳା କଣ୍ଡକ୍ଟର ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୩ ମାସ ହେଲା ଦରମା ପାଇ ନଥିବା ,ଜଏନିଂ ଲେଟର ସହ ,ଆଇ କାର୍ଡ ପ୍ରଦାନ ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ବସ୍‌ର ମହିଳା କର୍ମଚାରୀ । ଏହାକୁ ବିଭାଗୀୟ ଅଧିକାରୀ ଅଣଦେଖା କରିଥିଲେ । କେବଳ ସେତିକି ନୁହେଁ, ପ୍ରତିବାଦ କଲେ ଚାକିରୀରୁ ବାହାରି ଯିବାକୁ ଧମକ ମଧ୍ୟ ଦେଇଥିଲେ । ଏହାର ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ବସ୍‌ର ୧୨ ଜଣ ମହିଳା କଣ୍ଡକ୍ଟରମାନେ ସୋମବାର ସକାଳୁ ପାଟଣା ବସଷ୍ଟାଣ୍ଡର ମୁଖ୍ୟ ଗେଟରେ ଚାବି ପକାଇ ବସ ସମ୍ମୁଖରେ ଧାରଣା ଦେଇ ବସିଥିଲେ । ଆନ୍ଦୋଳନ ଯୋଗୁଁ ପାଟଣା ବ୍ଲକ ଅଞ୍ଚଳର ଯାତ୍ରୀ ଯାତାୟାତ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.