ପ୍ରମୂଖ ଖବର
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ତେଲେଙ୍ଗାନାରେ ପୁଣି ଓଡିଶା ବସ ଦୁର୍ଘଟଣାଗ୍ରସ୍ତ : ଡ୍ରାଇଭର ଗୁରୁତର , ଅଳ୍ପକେ ବର୍ତ୍ତିଲେ ୬୦ଯାତ୍ରୀ

Published By : Prameya | January 12, 2025 10:48 PM

ମାଲକାନଗିରି, ୧୨/୧(ଆପ୍ର ) : ଗତ ଦୁଇଦିନ ତଳେ  ମାଲକାନଗିରି ରୁ ହାଇଦ୍ରାବାଦ ଯାଉଥିବା ଗୁପ୍ତା ନାମକ ଘରୋଇ ବସ ହାଇଦ୍ରାବାଦ ନିକଟରେ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଥିଲେ। ସେ ଘଟଣା ଲୋକ ମାନଙ୍କ ମନରୁ ନ ଯାଉଣୁ ସୀମାନ୍ତ ତେଲେଙ୍ଗାନା ଖମାମ ରାସ୍ତା ରେ ପୁଣି ଓଡିଶା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି।ହାଇଦ୍ରାବାଦ ଠାରୁ  ମାଲକାନଗିରି କୁ ଆସୁଥିବା ସାଇ କ୍ରୀଷ୍ଣା ବସକୁ ପଛରୁ ଟ୍ରକ ଧକ୍କା ଦେଇଛି। ଏଥିରେ  ଡ୍ରାଇଭର ଆହତ ହୋଇଥିବା  ବେଳେ ଅଳ୍ପକେ ବର୍ତ୍ତିଛନ୍ତି ୬୦ଯାତ୍ରୀ। 

 

ଶନିବାର ରାତିରେ ହାଇଦ୍ରାବାଦ ଠାରୁ ମାଲକାନଗିରି ଅଭିମୁଖେ ଆସୁଥିବା ସାଇ କ୍ରିଷ୍ଣା ନାମକ ବସଟି 

ତେଲେଙ୍ଗାନା ସ୍ଥିତ ଖମାମ-ହାଇଦ୍ରାବାଦ ଜାତୀୟ ରାଜପଥରେ ଶନିବାର ମଧ୍ୟରାତ୍ର ରେ ସିରିଜ ଦୁର୍ଘଟଣା ଘଟିଛି। କୋନିଜେର୍ଲା ରାସ୍ତାରେ  ବସକୁ ପଛ ପଟରୁ ଏକ ଟ୍ରକ ଧକ୍କା ଦେଇଥିଲା। ପଛକୁ ପଛ ଆଉ ଦୁଇଟି ଟ୍ରକ ମଧ୍ୟ ଦୁର୍ଘଟଣା ଗସ୍ତ ହୋଇଥିଲା।  ଟ୍ରକଟି ପଛରୁ ବସକୁ ଧକ୍କା ଦେବାରୁ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ରାସ୍ତା କଡ଼କୁ ବସ ଟିକୁ ନେବା ବେଳେ ଏକ ଗଛରେ ବସଟି ପୁଣି ଥରେ ଧକ୍କା ଲାଗିବା ଦ୍ୱାରା ଡ୍ରାଇଭର ଆହତ ହୋଇଥିଲେ।, ବସ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି। ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୁଚନା ମିଳିଛି।  ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.