ଭଞ୍ଜନଗର,୦୭/୧୧: କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍। ଏଥିରେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ବରଗଡରୁ ବ୍ରହ୍ମପୁର ଅଭିମୁଖେ ଆସୁଥିଲା । ସେମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଭଞ୍ଜନଗର ମେଡିକାଲରେ ଆହତଙ୍କୁ ଭର୍ତ୍ତି କରାଯିବାପାଇଁ ଅଣାଯାଉଛି ।

ଭଞ୍ଜନଗର ଅଞ୍ଚଳର ଜଣେ ଡ୍ରାଇଭର ରୂପକ ନନ୍ଦ ପ୍ରଧାନଙ୍କ କହିବା ଅନୁଯାୟୀ, ଏକ ଘରୋଇ ଯାତ୍ରୀବାହୀ ବସ୍ ଶ୍ରୀରାମ ଭଞ୍ଜନଗର ଆସୁଥିଲେ। କଳିଙ୍ଗା ଘାଟି ଗଡିବା ଆରମ୍ଭ କରିବା ମାତ୍ରେ ବସ୍‌ର ବ୍ରେକ୍ ଫେଲ୍‌ ହୋଇଯାଇଥିଲା । ଏହା ଜାଣିବା ପରେ ଡ୍ରାଇଭର ଅନ୍ୟ ଷ୍ଟାଫ୍‌ଙ୍କୁ କହିଥିଲେ। ହେଲେ କେହି କିଛି କରିବା ଅବସ୍ଥାରେ ନଥିଲେ । ତେବେ ବସ୍‌କୁ ସମ୍ପୂର୍ଣ୍ଣ ନ୍ୟୁଟ୍ରାଲ୍ କରି ତୁରନ୍ତ ହ୍ୟାଣ୍ଡ ବ୍ରେକ୍ ରୂପକ ଦେବା ପରେ ଗାଡ଼ି ଓଲଟି ପଡିବା ସହ ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଥିଲା ବୋଲି ରୂପକ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି।