ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଧନତେରସ୍‌ରେ ବାସନ କିଣିଲେ ଧନଧାନ୍ୟ ବୃଦ୍ଧି ହୁଏ, ଜାଣନ୍ତୁ କ’ଣ ନକିଣିବା ଭଲ ?

Published By : Tapas Panda | October 28, 2024 9:22 PM

Image Courtesy: news11bharat

ଭୁବନେଶ୍ବର: ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ୍ ପାଳନ କରିବାର ବିଧି ରହିଛି । ଏହି ଦିନକୁ ଭଗବାନ ଧନ୍ଵନ୍ତରୀଙ୍କ ନାମାନୁସାରେ ମଧ୍ୟ ଜଣାଯାଏ । ଧାର୍ମିକ ମାନ୍ୟତା ଅନୁସାରେ, କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ପ୍ରକଟ ହୋଇଥିଲେ । ଭଗବାନ ଧନ୍ଵନ୍ତରୀଙ୍କୁ ଦେବତାଙ୍କ ଚିକିତ୍ସକ ଏବଂ ଆୟୁର୍ବେଦର ଦେବତା ବୋଲି କୁହାଯାଏ । ଧନତେରସ୍‌କୁ ଧନତ୍ରୟୋଦଶୀ ଏବଂ ଧନ୍ଵନ୍ତରୀ ତ୍ରୟୋଦଶୀ ଭାବେ ମଧ୍ୟରେ ଜଣାଯାଏ । ଧନ୍ଵନ୍ତରୀଙ୍କ ବ୍ୟତୀତ ଧନତେରସ୍‌ରେ ଭଗବାନ କୁବେର ଦେବ ଏବଂ ମାତା ଲକ୍ଷ୍ମୀଙ୍କ ଉପାସନା କରାଯାଏ । 

ଧନତେରସ୍‌ରେ ଏହି ଦେବାତାମାନଙ୍କର ପୂଜା କରିବା ଦ୍ବାରା ଘରେ ଖୁସି, ସମୃଦ୍ଧି ଏବଂ ଧନ ବୃଦ୍ଧି ପାଏ ବୋଲି ବଶ୍ବାସ ରହିଛି । ଚଳିତ ବର୍ଷ ୨୯ ଅକ୍ଟୋବର ୨୦୨୪ (ମଙ୍ଗଳବାର)ରେ ଧନତେରସ୍‌ ପାଳନ କରାଯାଉଛି । ଧନତେରାସ୍‌ ଦିନ ସୁନା, ରୁପା, ଜମି, ଘର, ନୂଆ ଲୁଗା, ଲକ୍ଷ୍ମୀ-ଗଶେଶ ମୂର୍ତ୍ତୀ, ରୁପା ଟଙ୍କା, ଗାଡ଼ି, ଇଲେକ୍ଟ୍ରିକ୍‌ ଉପକରଣ, ଝାଡ଼ୁ, ଲୁଣ ଏବଂ ବାସନ କୁସନ କିଣାଯାଏ ।  କିନ୍ତୁ ଆଜି ଆମେ ଜାଣିବା ଧନତେରସ୍‌ ଦିନ ଲୋକେ କାହିଁକି ଅଧିକ ବାସନ କ୍ରୟ କରନ୍ତି ଏବଂ ଏହା ପଛରେ କଣ ମହତ୍ବ ରହିଛି । 

 ଧାର୍ମିକ ମାନ୍ୟତା ଅନୁସାରେ, ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ଵନ୍ତରୀ ପ୍ରକଟ ହୋଇଥିଲେ । ଏହି ସମୟରେ ତାଙ୍କ ହାତରେ ଏକ କଳସ ଥିଲା ।  ଭାଗବାନ ଧନ୍ଵନ୍ତରୀଙ୍କ ହାତରେ ପିତ୍ତଳ କଳସ ଥିଲା, ଏଣୁ ଧନତେରସ୍‌ ଦିନ ବାସନ କୁସନ କିଣିବା ସବୁଠୁ ଭଲ ବୋଲି କୁହାଯାଏ । ଏହି ଦିନ ପିତ୍ତଳରେ ନିର୍ମିତ ବାସନ କିଣିଲେ ଅତ୍ୟନ୍ତ ଶୁଭଦାୟକ ବୋଲି ବିଶ୍ବାସ କରାଯାଏ । 

ଧନତେରସ୍‌ରେ କ’ଣ କିଣିବା ଅଶୁଭ ?

-ଲୁହା ତିଆରି ଜିନିଷ

- ପ୍ଲାଷ୍ଟିକ ସାମଗ୍ରୀ

- ଷ୍ଟିଲ ବାସନ

-ଆଲୁମିନିୟମ ବସ୍ତୁ

-ମୁନିଆଁ ଜିନିଷ

-କାଚ ଏବଂ ଚାଇନା ମାଟିରେ ତିଆରି ଜିନିଷ

-କଳା ରଙ୍ଗର ପୋଷାକ

ସୂଚନାଯୋଗ୍ୟ, ଏଠାରେ ଉପସ୍ଥାପିତ ଏହି ତଥ୍ୟ ଧାର୍ମିକ ଆସ୍ଥା ଏବଂ ଲୋକକଥା ଉପରେ ଆଧାରିତ ।  ଏହାର କୌଣସି ବୈଜ୍ଞାନିକ ସିଦ୍ଧାନ୍ତ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.