ଭୁବନେଶ୍ବର: ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ୍ ପାଳନ କରିବାର ବିଧି ରହିଛି । ଏହି ଦିନକୁ ଭଗବାନ ଧନ୍ଵନ୍ତରୀଙ୍କ ନାମାନୁସାରେ ମଧ୍ୟ ଜଣାଯାଏ । ଧାର୍ମିକ ମାନ୍ୟତା ଅନୁସାରେ, କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ପ୍ରକଟ ହୋଇଥିଲେ । ଭଗବାନ ଧନ୍ଵନ୍ତରୀଙ୍କୁ ଦେବତାଙ୍କ ଚିକିତ୍ସକ ଏବଂ ଆୟୁର୍ବେଦର ଦେବତା ବୋଲି କୁହାଯାଏ । ଧନତେରସ୍‌କୁ ଧନତ୍ରୟୋଦଶୀ ଏବଂ ଧନ୍ଵନ୍ତରୀ ତ୍ରୟୋଦଶୀ ଭାବେ ମଧ୍ୟରେ ଜଣାଯାଏ । ଧନ୍ଵନ୍ତରୀଙ୍କ ବ୍ୟତୀତ ଧନତେରସ୍‌ରେ ଭଗବାନ କୁବେର ଦେବ ଏବଂ ମାତା ଲକ୍ଷ୍ମୀଙ୍କ ଉପାସନା କରାଯାଏ । 

ଧନତେରସ୍‌ରେ ଏହି ଦେବାତାମାନଙ୍କର ପୂଜା କରିବା ଦ୍ବାରା ଘରେ ଖୁସି, ସମୃଦ୍ଧି ଏବଂ ଧନ ବୃଦ୍ଧି ପାଏ ବୋଲି ବଶ୍ବାସ ରହିଛି । ଚଳିତ ବର୍ଷ ୨୯ ଅକ୍ଟୋବର ୨୦୨୪ (ମଙ୍ଗଳବାର)ରେ ଧନତେରସ୍‌ ପାଳନ କରାଯାଉଛି । ଧନତେରାସ୍‌ ଦିନ ସୁନା, ରୁପା, ଜମି, ଘର, ନୂଆ ଲୁଗା, ଲକ୍ଷ୍ମୀ-ଗଶେଶ ମୂର୍ତ୍ତୀ, ରୁପା ଟଙ୍କା, ଗାଡ଼ି, ଇଲେକ୍ଟ୍ରିକ୍‌ ଉପକରଣ, ଝାଡ଼ୁ, ଲୁଣ ଏବଂ ବାସନ କୁସନ କିଣାଯାଏ ।  କିନ୍ତୁ ଆଜି ଆମେ ଜାଣିବା ଧନତେରସ୍‌ ଦିନ ଲୋକେ କାହିଁକି ଅଧିକ ବାସନ କ୍ରୟ କରନ୍ତି ଏବଂ ଏହା ପଛରେ କଣ ମହତ୍ବ ରହିଛି । 

 ଧାର୍ମିକ ମାନ୍ୟତା ଅନୁସାରେ, ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ଵନ୍ତରୀ ପ୍ରକଟ ହୋଇଥିଲେ । ଏହି ସମୟରେ ତାଙ୍କ ହାତରେ ଏକ କଳସ ଥିଲା ।  ଭାଗବାନ ଧନ୍ଵନ୍ତରୀଙ୍କ ହାତରେ ପିତ୍ତଳ କଳସ ଥିଲା, ଏଣୁ ଧନତେରସ୍‌ ଦିନ ବାସନ କୁସନ କିଣିବା ସବୁଠୁ ଭଲ ବୋଲି କୁହାଯାଏ । ଏହି ଦିନ ପିତ୍ତଳରେ ନିର୍ମିତ ବାସନ କିଣିଲେ ଅତ୍ୟନ୍ତ ଶୁଭଦାୟକ ବୋଲି ବିଶ୍ବାସ କରାଯାଏ । 

ଧନତେରସ୍‌ରେ କ’ଣ କିଣିବା ଅଶୁଭ ?

-ଲୁହା ତିଆରି ଜିନିଷ

- ପ୍ଲାଷ୍ଟିକ ସାମଗ୍ରୀ

- ଷ୍ଟିଲ ବାସନ

-ଆଲୁମିନିୟମ ବସ୍ତୁ

-ମୁନିଆଁ ଜିନିଷ

-କାଚ ଏବଂ ଚାଇନା ମାଟିରେ ତିଆରି ଜିନିଷ

-କଳା ରଙ୍ଗର ପୋଷାକ

ସୂଚନାଯୋଗ୍ୟ, ଏଠାରେ ଉପସ୍ଥାପିତ ଏହି ତଥ୍ୟ ଧାର୍ମିକ ଆସ୍ଥା ଏବଂ ଲୋକକଥା ଉପରେ ଆଧାରିତ ।  ଏହାର କୌଣସି ବୈଜ୍ଞାନିକ ସିଦ୍ଧାନ୍ତ ନାହିଁ ।