ବ୍ୟାସନଗର, ୧୫।୧୧ : ବ୍ୟାସନଗର ପ୍ରେସ୍ ଫୋରମ୍ ପକ୍ଷରୁ ଆୟୋଜିତ ବ୍ୟାସ ମିଡିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଘାଟିତ ହୋଇଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ବ୍ୟାସନଗର ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ପ୍ରାକ୍ତନ ଅଧ୍ୟକ୍ଷା ସବିତା ରାଉତ, ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ସୁଜିତ କୁମାର ମଲ୍ଲିକ, ହର୍ଷବର୍ଦ୍ଧନ ବେହେରାଙ୍କ ସମେତ ପ୍ରେସ ଫୋରମର ମୁଖ୍ୟ ମାର୍ଗଦର୍ଶକ ଉଦୟ ନାଥ ଖଣ୍ଡାଇ, ସଭାପତି ଡ଼କ୍ଟର  ଅଭୟ ପତି, ସମ୍ପାଦକ ମଳୟ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଖେଳକୁ ଅନୁଷ୍ଠାନିକ ଭାବେ ଭଦଘାଟନ କରିଥିଲେ । 

ପ୍ରଥମ ଖେଳ ଯାଜପୁର ଜିଲ୍ଲା ପୁଲିସ ଓ ଟାଟା ଷ୍ଟିଲ କଳିଙ୍ଗନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୧୦ ଓଭର ବିଶିଷ୍ଟ ଏହି ଖେଳରେ ଯାଜପୁର ପୁଲିସକୁ ହରାଇ ଟାଟାଷ୍ଟିଲ ସେମିଫାଇନାଲକୁ ଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ କୋରେଇ ପ୍ରେସ୍ କ୍ଲବ, ଲୟର୍ସ ଫୋରମ ବ୍ୟାସନଗର, ବ୍ୟାସନଗର କାଉନସିଲର, ଯଜାତି କେଶରୀ ପ୍ରେସ୍ କ୍ଳବ ଆଦି ୭ଟି ଦଳ ଭାଗ ନେଉଛନ୍ତି। ରବିବାର ଦିନ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ପ୍ରେସ୍ ଫୋରମ ପକ୍ଷରୁ ସୂଚନା ଦିଆଯାଇଛି।