ଲମତାପୁଟ ୨୦/୧୦: ଗଛରେ ପିଟିହୋଇ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ରାଣୀତୋଟା ଥାନା ଅଧୀନ ମାଳିପେଟା ଗାଁ ନିକଟ ଏକ ବୁଲାଣିରେ । ନିଜ କାର୍ଯ୍ୟ ସାରି ମଧ୍ୟ ରାତ୍ରୀରେ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛ ସହିତ ଧକ୍କା ହୋଇ ଥିଲା । ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଥିବା ଜଣା ପଡିଛି । ସକାଳେ କିଛି ସ୍ଥାନୀୟ ଲୋକ ଦେଖିଥିଲେ ।ମୃତ ଯୁବକ ଜଣକ ସ୍ଥାନୀୟ ସୁକ୍ରୀଗୁଡା ଗାଁ ର ସୁନାଧର ବୁରୁଡ଼ି ଓ ସେ ଲମତାପୁଟର ଭୈରବୀ ହୋଟେଲରେ ରୋଷେୟା ଭାବେ କାମ କରୁଥିବା ଜଣା ଯାଇଛି । ଘଟଣାସ୍ଥଳରେ ରାଣୀତୋଟା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।