ପାପଡାହାଣ୍ଡି ୧୬/୦୫: ପାପଡାହାଣ୍ଡି ଟିଓଏମଇ ସ୍କୁଲ ସାମ୍ନାରେ ଅଟୋ ଓ ବାଇକ ମଧ୍ୟରେ ଧକ୍କା। ଦୁର୍ଘଟଣାରେ ବାଇକ ଚାଳକ ଚାନ୍ଦିଲି ଗ୍ରାମର ରାମନାଥ ଗୌଡ଼ଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଅଟୋ ଧରି ଡ୍ରାଇଭର ଫେରାର ହୋଇଯାଇଛି । ରାମନାଥ ଏକ ବାଇକରେ ପାପଡାହାଣ୍ଡି ଆସୁଥିବା ସମୟରେ ବିପରିତ ଦିଗରୁ ଯାଉଥିବା ଅଟୋ ସହ ମୁହାଁ ମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ମୁଣ୍ଡରେ ରକ୍ତ ଶ୍ରାବ ହୋଇ ପଡିଥିଲେ। ତାଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାପଡାହାଣ୍ଡି ପୋଲିସ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ...