ଫୁଲବାଣୀ୧୮/୫ : ଅପରେସନ ସିନ୍ଦୂରର ସଫଳତା ଓ ଭାରତୀୟ ସେନାର ମନୋବଳ ବୃଦ୍ଧି ପାଇଁ ରବିବାର ବିଜେପି ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା। ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକଙ୍କ ଉପସ୍ଥିତିରେ ବିଜେପି ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ୱରେ ଏହି ରାଲି ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜାତୀୟ ପରିଷଦ ସଦସ୍ୟ ସଞ୍ଜିତ ମଣ୍ଡଳ, ସି ଆର ପି ଏଫ ଯବାନ ଚିତ୍ରସେନ କହଁର, ମିଣିଆ ସରପଞ୍ଚ ଗୌତମ ମଲ୍ଲିକ, କେରେଡ଼ି ସରପଞ୍ଚ ପ୍ରମୁଖ ଖମାରୀ, ପୂର୍ବତନ ସରପଞ୍ଚ ଦୀପକ ରଞ୍ଜନ ମଲ୍ଲିକ ଓ ବହୁ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହ ଜନ ସାଧାରଣ ଭାଗ ନେଇଥିଲେ। ଶୋଭାଯାତ୍ରା ଗୁମାଗଡ଼ ରାମଘାଟିରୁ ବାହାରି କେରେଡ଼ି, ରାଶିମେଣ୍ଡି, ବିଶିପଡା ଛକ ଦେଇ ଗଞ୍ଜୁଗୁଡା ଓ ପକନା ଗାଁ ପର୍ଯ୍ୟନ୍ତ ଯାଇଥିଲା। ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ୧୦୦ ରୁ ଅଧିକ ମୋଟର ସାଇକେଲ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ପୁତୁରାଙ୍କୁ ମାୟାବତୀଙ୍କ ବଡ଼ ଦାୟିତ୍ବ, ଆକାଶ ଆନନ୍ଦ...