ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କଲ୍ ମର୍ଜ କରୁଥିଲେ ସାବଧାନ ! ଟିକିଏ ଅସାବଧାନତାରୁ ଚୁଟ୍‌କିରେଆକାଉଣ୍ଟରୁ ଉଡ଼ିଯିବ ସବୁ ଟଙ୍କା...

Published By : Swapna Ray | February 19, 2025 7:05 PM

ନୂଆଦିଲ୍ଲୀ, ୧୯।୨: କନଫରେନ୍ସ କଲ୍‌ରେ କଥା ହେଉଛନ୍ତି କି ? ଯଦି ଆପଣ ବି ଏଭଳି କରୁଥାନ୍ତି ତେବେ ସାବଧାନ ! ନଚେତ୍ ଆପଣ ବି ସ୍କାମର୍ସଙ୍କ ଠକେଇର ଶିକାର ହୋଇପାରନ୍ତି । ଟିକିଏ ଅସାବଧାନତାରୁ ଚୁଟ୍‌କିରେ ଆପଣଙ୍କ ଆକାଉଣ୍ଟରୁ ଉଡ଼ିଯିବ ସବୁ ଟଙ୍କା । ଏ ହେଉଛି ସ୍କାମର୍ସମାନଙ୍କର ଠକେଇ କରିବାର ନୂଆ ତରିକା । ଏ ଠକେଇରୁ କେମିତି ରକ୍ଷା ପାଇବେ ଆସନ୍ତୁ ଜାଣିବା...

ଏବେ ଅନଲାଇନ ଠକେଇର ଏବେ ଆଉ ଏକ ନୂଆ ତରିକା ଆପଣାଇଛନ୍ତି ସ୍କାମର୍ । ଏବେ କନଫରେନ୍ସ କଲ୍ ବା କଲ୍ ମର୍ଜ ସ୍କାମ୍ ଲୋକଙ୍କ ପାଇଁ ବଡ଼ କ୍ଷତି ଘଟାଉଛି । ଏନେଇ ସରକାର ଏବଂ ବ୍ୟାଙ୍କ ଲୋକଙ୍କୁ ସତର୍କ କରାଇାକୁ ନିରନ୍ତର ପ୍ରୟାସ କରୁଛନ୍ତି । କିନ୍ତୁ, ଟିକିଏ ଅସାବଧାନତା ନିମିଷକରେ ଆକାଉଣ୍ଟରୁ ଖାଲି କରିଦେବ ଟଙ୍କା । ଠକମାନେ ଫୋନ୍ ବ୍ୟବହାରକାରୀଙ୍କୁ କଲ୍ କରି କଲ୍ ମର୍ଜ କରିଥାନ୍ତି । ଠିକ୍ ଏତିକି ବେଳେ ସେମାନଙ୍କ ଅଜାଣତରେ OTP ପାଇବାକୁ କୁହନ୍ତି । ଆଉ ଥରେ OTP ମିଳିଗଲେ, ଆକାଉଣ୍ଟ ଖାଲି କରିବାକୁ ସେମାନଙ୍କୁ ବେଶି ସମୟ ଲାଗେନି । ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ଏବଂ ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଏହାର ସୋସିଆଲ ମିଡିଆ X ଆକାଉଣ୍ଟରେ ବ୍ୟବହାରକାରୀମାନଙ୍କୁ ଏହି ବିପଦ ନେଇ ଲୋକଙ୍କୁ ସତର୍କ କରାଇଛି  । ଭୁଲ୍‌ରେ ବି ଅଜଣା ନମ୍ୱରରୁ କଲ୍ ଆସୁଥିଲେ ଉଠାନ୍ତୁନି । କାରଣ ଏହି ଠକମାନେ ନିଜକୁ ପରିଚିତ ବ୍ୟକ୍ତିର ପରିଚୟ ଦେଇ କଥା ହୁଅନ୍ତି । ପରେ କଲ୍ ମର୍ଜ କରିବାକୁ କୁହନ୍ତି । ଆଉ କଲ୍ ମର୍ଜ କରିବା ମାତ୍ରେ, ଆପଣଙ୍କ କଲ୍ ବ୍ୟାଙ୍କର OTP ଯାଞ୍ଚ କଲ୍ ସହିତ ସଂଯୋଗ ହୋଇଯିବ । ଆପଣଙ୍କ ଫୋନରେ ଆସୁଥିବା OTP ଠକଙ୍କ ପାଖରେ ପହଞ୍ଚିବା ଆରମ୍ଭ କରେ । ଯାହା ପରେ ଠକ ଖୁବ୍ ସହଜରେ ଆପଣଙ୍କ ବ୍ୟଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବ । 

ତେବେ ଭାରତୀୟ ଜାତୀୟ ପେମେଣ୍ଟ ନିଗମ ଏପରି ଠକେଇ ବିଷୟରେ ଏକ ଚେତାବନୀ ଜାରି କରିଛି ଏବଂ ଏଥିରୁ ରକ୍ଷା ପାଇବା ପାଇଁ କିଛି ପରାମର୍ଶ ଦେଇଛି । ଯଦି ଆପଣ କୌଣସି କାରଣ ବିନା OTP ପାଆନ୍ତି, ତେବେ ତୁରନ୍ତ ରିପୋର୍ଟ କରନ୍ତୁ । NPCI ଅଜଣା କଲ୍ ମର୍ଜକୁ ନିଷେଧ କରିଛି ଏବଂ NPCI ହେଲ୍ପଲାଇନ୍ ନମ୍ବର 1930ରେ ଏପରି ଠକେଇ କଲ୍ ବିଷୟରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛି । 

  • ଅଜଣା କଲ୍ ଆସୁଥିଲେ ଭୁଲ୍‌ରେ ବି କଲ୍ ମର୍ଜ କରନ୍ତୁନି
  • କୌଣସି ଅଜଣା ବ୍ୟକ୍ତିଙ୍କ ସହ ଆପଣଙ୍କ ଫୋନକୁ ଆସୁଥିବା OTP ସେୟାର କରନ୍ତୁନି
  • କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା OTP ମାଗନ୍ତି ନାହିଁ, ତେଣୁ ଯଦି କେହି ଏପରି କରନ୍ତି ତେବେ ସତର୍କ ରୁହନ୍ତୁ 
  • ଯଦି ବିନା କାରଣରେ ଆପଣ କୌଣସି OTP ପାଆନ୍ତି, ତେବେ ତୁରନ୍ତ ରିପୋର୍ଟ କରନ୍ତୁ 
  • ତୁରନ୍ତ ରିପୋର୍ଟ ପାଇଁ ବ୍ୟାଙ୍କ କଷ୍ଟମର କେୟାର କିମ୍ବା ୧୯୩୦ ହେଲ୍ପଲାଇନ୍ ନମ୍ବରରେ ଅଭିଯୋଗ କରନ୍ତୁ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.