ନୂଆଦିଲ୍ଲୀ,୨୪/୦୭: ପୁଲିସ ଟ୍ରେନିଂ ସେଣ୍ଟର ବାଥରୁମରେ କ୍ୟାମେରା। ଏନେଇ ତାଲିମ ନେବାକୁ ଆସିଥିବା ୬ଶହ ମହିଳା ସିପାହୀ କଲେ ଜୋରଦାର ହଙ୍ଗାମା। ଉତ୍ତରପ୍ରଦେଶର ଗୋରଖପୁରରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଟ୍ରେନିଂ ସେଣ୍ଟରରେ ଏଭଳି ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଛିଡ଼ା କରିଛନ୍ତି ମହିଳା କନ୍ଷ୍ଟେବଳ।
ଜଣେ ମହିଳା କନ୍ଷ୍ଟେବଳ କହିଥିଲେ ଯେ, ଟ୍ରେନିଂ ସେଣ୍ଟର ବାଥ୍ରୁମ୍ରେ କ୍ୟାମେରା ଲାଗିଛି । ଆମର ଭିଡିଓ ହୋଇସାରିଛି । ସେହି ଭିଡିଓଗୁଡିକୁ କ’ଣ ଫେରାଯିବ । ଅନ୍ୟ ଜଣେ କନ୍ଷ୍ଟେବଳ କହିଛନ୍ତି, ଟ୍ରେନିଂ ସେଣ୍ଟରରେ ୩୬୦ ଜଣ ଝିଅ ରହିପାରିବାର ବ୍ୟବସ୍ଥା ରହିଛି । କିନ୍ତୁ ୬୦୦ ଜଣ ସେଠାରେ ରହିବାକୁ ବାଧ୍ୟ ହେଉଛନ୍ତି । ସେଠାରେ ମୌଳିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି । ଅଧିକାରୀମାନେ ସେମାନଙ୍କୁ ସହାୟତା କରିବା ବଦଳରେ କେବଳ ଗାଳି କରୁଥିବା ସେମାନେ କହିଥିଲେ । ଏହାପରେ ଟ୍ରେନିଂ ସେଣ୍ଟରର ଟ୍ରେନର, ଏଡିଜିଙ୍କ ସମେତ ପୁଲିସର ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଶ୍ଳୀଳ ଭାଷା ବ୍ୟବହାର ନେଇ ଟ୍ରେନିଂ ସେଣ୍ଟରର ଫିଜିକାଲ୍ ଇନ୍ଷ୍ଟ୍ରକଟରଙ୍କୁ ସସ୍ପେଣ୍ଡ କରାଯାଇଛି ।