ରୋଷେଇ ଘର ପରିବାରର ଏମିତି ଏକ ଜାଗା, ଯେଉଁଠାରେ ମହିଳାମାନେ ଦିନର ଅଧିକ ସମୟ ବିତାଇଥାନ୍ତି । ସେଥିପାଇଁ ପ୍ରାୟ ଲୋକ ବସିବା ଓ ଶୋଇବା ଘର ପରେ ରୋଷେଇ ଘରକୁ ସଫାସୁତରା ରଖିବାକୁ ପସନ୍ଦ କରିଥାନ୍ତି । ଏହା ସତ୍ତ୍ୱେ କିଛି ଲୋକଙ୍କ ରୋଷେଇ ଘର ଟାଇଲ୍ସରେ ଗ୍ୟାସ୍‌ର ଦାଗ ଦେଖିବାକୁ ମିଳିଥାଏ, ଯାହା ଛଡାଇବା ଆଦୌ ସହଜ ନୁହେଁ । କିନ୍ତୁ ଅସମ୍ଭବ ନୁହେଁ । ତେବେ ଆସନ୍ତୁ ଜାଣିବା କେମିତି ଛଡାଇପାରିବେ ଟାଇଲ୍ସର ଦାଗ। 

ଟାଇଲ୍ସରୁ ସିଲିଣ୍ଡରର ଦାଗ ଛଡାଇବା ପାଇଁ ହାଇଡ୍ରେଜେନ୍‌ ଫେରକ୍ସାଇଡ୍‌ ସବୁଠାରୁ ଶ୍ରେଷ୍ଠ ବିକଳ୍ପ। ପ୍ରଥମେ ଏକ ପାତ୍ରରେ ୩ରୁ ୪ ଚାମଚ ହାଇଡ୍ରେଜେନ୍‌ ଫେରକ୍ସାଇଡ୍‌ ନେଇ ସେଥିରେ ୨/୩ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ଦାଗ ଥିବା ସ୍ଥାନରେ ପକାନ୍ତୁ। ୫ ମିନିଟ୍‌ ପରେ ବ୍ରଶ୍‌ରେ ସଫା କରି ନିଅନ୍ତୁ । 

ସେହିପରି  ଏକ ପାତ୍ରରେ ୩/୪ ଚାମଚ ହାଇଡ୍ରେଜେନ୍‌ ଫେରକ୍ସାଇଡ୍‌ ନିଅନ୍ତୁ । ସେଥିରେ ୨/୩ ଚାମଚ ବେକିଂ ସୋଢା ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏହି ମିଶ୍ରଣକୁ ଦାଗଥିବା ଟାଇଲ୍ସ ଉପରେ ପକାଇ ଦିଅନ୍ତୁ । ୫ରୁ ୧୦ ମିନିଟ୍‌ ପରେ ବ୍ରଶ୍‌ରେ ସଫା କରି ନିଅନ୍ତୁ । ଟାଇଲ ପୁରା ଚକାଚକ୍‌ ଲାଗିବ । 

ହାଇଡ୍ରୋଜେନ୍‌ ଫେରକ୍ସାଇଡ୍‌ ଓ ଭିନେଗାର୍‌ ମିଶ୍ରଣରେ ମଧ୍ୟ ଟାଇଲରୁ ଗ୍ୟାସ୍‌ ଦାଗ ଛଡାଇପାରିବେ । ଏଥିପାଇଁ ଏକ ପାତ୍ରରେ ୩/୪ ଚାମଚ ହାଇଡ୍ରୋଜେନ୍‌ ଫେରକ୍ସାଇଡ୍‌ ଲିକ୍ୱିଡ୍‌ ନିଅନ୍ତୁ । ସେଥିରେ ୨/୩ ଚାମଚ ଭିନେଗାର ମିଶାଇ ଦାଗ ଉପରେ ପକାନ୍ତୁ । ୫ରୁ ୧୦ ମିନିଟ୍‌ ପରେ ବ୍ରଶ୍‌ ସାହଯ୍ୟରେ ଟାଇଲ୍ସକୁ ଘଷନ୍ତୁ । କଳଙ୍କିର ଦାଗ ସମ୍ପୂର୍ଣ୍ଣ ଛାଡିଯିବ ।