ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଛଡ଼ାଇପାରିବେ ଟାଇଲ୍ସରେ ଥିବା ସିଲିଣ୍ଡର ଦାଗ, ଜାଣନ୍ତୁ...

Published By : Anindita Ratha | March 21, 2025 11:19 AM

ରୋଷେଇ ଘର ପରିବାରର ଏମିତି ଏକ ଜାଗା, ଯେଉଁଠାରେ ମହିଳାମାନେ ଦିନର ଅଧିକ ସମୟ ବିତାଇଥାନ୍ତି । ସେଥିପାଇଁ ପ୍ରାୟ ଲୋକ ବସିବା ଓ ଶୋଇବା ଘର ପରେ ରୋଷେଇ ଘରକୁ ସଫାସୁତରା ରଖିବାକୁ ପସନ୍ଦ କରିଥାନ୍ତି । ଏହା ସତ୍ତ୍ୱେ କିଛି ଲୋକଙ୍କ ରୋଷେଇ ଘର ଟାଇଲ୍ସରେ ଗ୍ୟାସ୍‌ର ଦାଗ ଦେଖିବାକୁ ମିଳିଥାଏ, ଯାହା ଛଡାଇବା ଆଦୌ ସହଜ ନୁହେଁ । କିନ୍ତୁ ଅସମ୍ଭବ ନୁହେଁ । ତେବେ ଆସନ୍ତୁ ଜାଣିବା କେମିତି ଛଡାଇପାରିବେ ଟାଇଲ୍ସର ଦାଗ। 

ଟାଇଲ୍ସରୁ ସିଲିଣ୍ଡରର ଦାଗ ଛଡାଇବା ପାଇଁ ହାଇଡ୍ରେଜେନ୍‌ ଫେରକ୍ସାଇଡ୍‌ ସବୁଠାରୁ ଶ୍ରେଷ୍ଠ ବିକଳ୍ପ। ପ୍ରଥମେ ଏକ ପାତ୍ରରେ ୩ରୁ ୪ ଚାମଚ ହାଇଡ୍ରେଜେନ୍‌ ଫେରକ୍ସାଇଡ୍‌ ନେଇ ସେଥିରେ ୨/୩ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ଦାଗ ଥିବା ସ୍ଥାନରେ ପକାନ୍ତୁ। ୫ ମିନିଟ୍‌ ପରେ ବ୍ରଶ୍‌ରେ ସଫା କରି ନିଅନ୍ତୁ । 

ସେହିପରି  ଏକ ପାତ୍ରରେ ୩/୪ ଚାମଚ ହାଇଡ୍ରେଜେନ୍‌ ଫେରକ୍ସାଇଡ୍‌ ନିଅନ୍ତୁ । ସେଥିରେ ୨/୩ ଚାମଚ ବେକିଂ ସୋଢା ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏହି ମିଶ୍ରଣକୁ ଦାଗଥିବା ଟାଇଲ୍ସ ଉପରେ ପକାଇ ଦିଅନ୍ତୁ । ୫ରୁ ୧୦ ମିନିଟ୍‌ ପରେ ବ୍ରଶ୍‌ରେ ସଫା କରି ନିଅନ୍ତୁ । ଟାଇଲ ପୁରା ଚକାଚକ୍‌ ଲାଗିବ । 

ହାଇଡ୍ରୋଜେନ୍‌ ଫେରକ୍ସାଇଡ୍‌ ଓ ଭିନେଗାର୍‌ ମିଶ୍ରଣରେ ମଧ୍ୟ ଟାଇଲରୁ ଗ୍ୟାସ୍‌ ଦାଗ ଛଡାଇପାରିବେ । ଏଥିପାଇଁ ଏକ ପାତ୍ରରେ ୩/୪ ଚାମଚ ହାଇଡ୍ରୋଜେନ୍‌ ଫେରକ୍ସାଇଡ୍‌ ଲିକ୍ୱିଡ୍‌ ନିଅନ୍ତୁ । ସେଥିରେ ୨/୩ ଚାମଚ ଭିନେଗାର ମିଶାଇ ଦାଗ ଉପରେ ପକାନ୍ତୁ । ୫ରୁ ୧୦ ମିନିଟ୍‌ ପରେ ବ୍ରଶ୍‌ ସାହଯ୍ୟରେ ଟାଇଲ୍ସକୁ ଘଷନ୍ତୁ । କଳଙ୍କିର ଦାଗ ସମ୍ପୂର୍ଣ୍ଣ ଛାଡିଯିବ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.