ଓଟାୱା : କାନାଡା ସରକାର ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ରୁତ ପ୍ରୋସେସିଂର ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ୍ (ଏସଡିଏସ) ପ୍ରକ୍ରିୟାକୁ ତତ୍କାଳ ପ୍ରଭାବରେ ବନ୍ଦ କରି ଦେଇଛି। ଶୁକ୍ରବାର ଇମିଗ୍ରେସନ, ରିଫ୍ୟୁଜିଜ୍ ଆଣ୍ଡି ସିଟିଜେନସିପ୍ କାନାଡା (ଆଇଆରସିସି) ଦ୍ୱାରା ଜାରି ସୂଚନା ଅନୁସାରେ, ଏହି ନିଷ୍ପତ୍ତି ୮ ନଭେମ୍ୱରରୁ ଲାଗୁ ହୋଇଛି। ଏସଡିଏସକୁ ୨୦୧୮ରେ ଭାରତ ସହ ୧୪ ଟି ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଲଞ୍ଚ କରାଯାଇ ଥିଲା, ଏହାକି ସେମାନଙ୍କୁ କାନାଡାରେ ପାଠପଢାରେ ତ୍ୱରିତ ପ୍ରକ୍ରିୟାରେ ସାହାଯ୍ୟ ମିଳି ପାରିବ।
ଆଇଆରସିସିର କହିବାନୁସାରେ , ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ କାର୍ଯ୍ୟକ୍ରମର ଅଖଣ୍ଡତାକୁ ମଜବୁତ କରିବା, ଛାତ୍ରଛାତ୍ରୀଙ୍କ ପ୍ରବେଶକୁ ହ୍ରାସ କରିବା, ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ପ୍ରକ୍ରିୟାକୁ ନିରପେକ୍ଷ କରିବା। ଏସଡିଏସ ଅନୁସାରେ , ଆବେଦନର ଅଧିକ ସ୍ୱୀକୃତି ଦର ଓ ୪ ସପ୍ତାହରେ ଦ୍ରୁତ ପ୍ରୋସେସିଂ ହେଉଥିଲା, ଏବେ ଛାତ୍ରଛାତ୍ରୀଙ୍କ ଆବେଦନ ନିୟମିତ ଷ୍ଟ୍ରିମ୍ ଅନୁସାରେ ପ୍ରୋସେସ କରାଯିବ।
ଗ୍ଲୋବାଲ ଇମିଗ୍ରେସନ କର୍ପୋରେସନର ଅଧ୍ୟକ୍ଷ ନରେଶ ଚାୱଡାଙ୍କ ଅନୁସାରେ , ଏସଡିଏସ ଷ୍ଟ୍ରିମ୍ର ଶୁଭାରମ୍ଭ ୨୦୧୮ରେ ଭାରତ ଓ ଚୀନ୍ର ଛାତ୍ରଛାତ୍ରୀଙ୍କ ପାଇଁ କରାଯାଇ ଥିଲା, ଯାହା ପରେ ଆହୁରି ଅନେକ ଦେଶରେ ବିସ୍ତାରିତ ହେଲା। ଏଥିରେ ଛାତ୍ରଛାତ୍ରୀଙ୍କୁ ଭାଷାର ଯୋଗ୍ୟତା , ଆର୍ଥିକ ପ୍ରତିବଦ୍ଧତା ଓ କୌଣସି କାନାଡାର କଲେଜ ବା ବିଶ୍ୱବିଦ୍ୟାଳୟରୁ ସ୍ୱୀକାର୍ଯ୍ୟତା ପତ୍ର ପ୍ରାପ୍ତ ହେବାରେ ସରଳ ପ୍ରୋସେସିଂ ମିଳୁଥିଲା। ସେ କହିଛନ୍ତି କି, ୪ ସପ୍ତାହରେ ପ୍ରୋସେସିଂ ପୂରା ହେଉ ଥିଲା ଏବଂ ପାଖାପାଖି ୯୫ ପ୍ରତିଶତ ଆବଦେନ ସ୍ୱୀକୃତ ହେଉ ଥିଲା। ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇ ଚାୱଡା କହିଛନ୍ତି କି, ଏହା ଏକ ବିଶେଷ କାର୍ଯ୍ୟକ୍ରମକୁ ହଠାତ୍ ବନ୍ଦ କରି ଦିଆ ଯାଇଛି, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ରୁଚି କାନାଡାରେ ହ୍ରାସ ପାଇପାରେ ଏବଂ ସେମାନେ ଅନ୍ୟ ଦେଶ ମୁହାଁ ହୋଇ ପାରନ୍ତି।
ଉଲ୍ଲେଖନୀୟ ଯେ, ୧୮ ସେପ୍ଟେମ୍ୱରରେ ଆଇଆରସିସି ଘୋଷଣା କରିଥିଲା ଯେ, ୨୦୨୫ ପାଇଁ ଷ୍ଟଡି ପରମିଟ ଜାରି କରିବାର ସୀମା ହ୍ରାସ କରି ୪୩୭,୦୦୦ କରିଦିଆ ଯାଇଛି, ଯାହା ଏହି ବର୍ଷର ୪୮୫,୦୦୦ର ଲକ୍ଷରୁ କମ୍ ଅଛି। ଏହା ବ୍ୟତୀତ, ଅପ୍ରେଲରୁ ଜୁନ୍ ମଧ୍ୟରେ ଜାରି କରାଯାଇ ଥିବା ଷ୍ଟଡି ପରମିଟରେ ହ୍ରାସ ଦେଖିବାକୁ ମିଳିଛି, ଯେଉଁଥିରେ ଭାରତର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୦,୩୪୦ରୁ ହ୍ରାସ ପାଇ ୫୫,୯୪୦ ହୋଇ ଯାଇଛି। ହେଲେ , ଏହା ଏବେ ବି ୨୦୧୫ର ତୁଳନାରେ ପାଖାପାଖି ଦୁଇଗୁଣା ରହିଛି।