ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

କାନାଡାରେ କାର୍ନିଙ୍କ ବିଜୟ ପରେ ଟ୍ରମ୍ପ ଜଣାଇଲେ ଶୁଭେଚ୍ଛା, ଖୁବ୍ ଶୀଘ୍ର ଦୁଇ ନେତାଙ୍କ ହୋଇପାରେ ସାକ୍ଷାତ

Published By : Prameya | April 30, 2025 4:37 PM

ନୂଆଦିଲ୍ଲୀ,୩୦।୪: କାନାଡାରେ ହୋଇଥିବା ଫେଡରାଲ ନିର୍ବାଚନରେ ଲିବରାଲ ପାର୍ଟିର ବଡ଼ ବିଜୟ ହୋଇଛି। ଏହା ସହ ମାର୍କ କାର୍ନି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଛନ୍ତି। ସେ ତାଙ୍କର କାର୍ଯ୍ୟକାଳର ପ୍ରଥମ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି। ଏହି ଆଲୋଚନା କୁଟନୈତିକ ଔପଚାରିକ ବୋଲି କୁହାଯାଉଛି। କାରଣ ନିର୍ବାଚନ ବେଳେ ଟ୍ରମ୍ପଙ୍କ ପକ୍ଷରୁ କାନାଡାକୁ ଦିଆଯାଇଥିବା ଧମକ ରାଷ୍ଟ୍ରବାଦୀ ସ୍ଥିତି ସୃଷ୍ଟି କରୁଛି। ବିଶେଷଜ୍ଞଙ୍କ ଅନୁସାରେ, ଏହି ପ୍ରସଙ୍ଗ କାର୍ନିଙ୍କ ଲିବରାଲ ପାର୍ଟିକୁ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ବିଜୟ ପରେ ଓଟାଭାରେ କାର୍ନି କହିଛନ୍ତି, ଟ୍ରମ୍ପ ଆମକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଏଭଳି କରି ସେ ଆମେରିକା ଆମ ଉପରେ ଅଧିକାର ଦେଖାଇବାକୁ ଚାହୁଁଛନ୍ତି। ତେବେ ଆମେ ଏଭଳି କେବେ ବି କରିବାକୁ ଦେବୁନି। ଟ୍ରମ୍ପ କାନାଡାକୁ ଲଗାତାର ଟ୍ରେଡ୍ ଓ୍ବାର ଧମକ ଦେଉଛନ୍ତି। ଏପରିକି କାନାଡାକୁ ୫୧ ତମ ରାଜ୍ୟ କରିବାର କଥା ମଧ୍ୟ କହିଛନ୍ତି। ଯେତେବେଳେ ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବି, ଆମେ ଦୁଇ ସାର୍ବଭୌମ୍ୟ ରାଷ୍ଟ୍ର ଭାବରେ ଆଲୋଚନା କରିବୁ। ଆମେ ଏହା ଜାଣୁ ଯେ, ଆମେରିକା ବ୍ୟତୀତ ମଧ୍ୟ ଆମ ପାଖରେ ସମୃଦ୍ଧିର ବହୁ ରାସ୍ତା ରହିଛି। କାର୍ନିଙ୍କ ଏହି ବୟାନକୁ କାନାଡା ପ୍ରତି ଟ୍ରମ୍ପଙ୍କ ଆକ୍ରାମକ ସ୍ବଭାବ ପ୍ରତି ଜବାବ୍ ଭାବରେ ଦେଖାଯାଉଛି।  

ମାର୍କ କାର୍ନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ଟ୍ରମ୍ପ ବାରମ୍ବାର କାନାଡାକୁ ଆମେରିକାରେ ମିଶାଇବା ପାଇଁ ଆହ୍ବାନ କରିଥିଲେ, ଏହି ପଦକ୍ଷେପକୁ କାର୍ନି ଦୃଢ଼ ବିରୋଧ କରିଥିଲେ ଏବଂ ତାଙ୍କ ଦେଶର ସାର୍ବଭୌମତ୍ୱକୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଜନସାଧାରଣ ତାଙ୍କ ମନୋଭାବକୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ବିପୁଳ ବହୁମତରେ କ୍ଷମତା ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.