ନୂଆଦିଲ୍ଲୀ,୨୫।୧୨:  ପ୍ରବର୍ତ୍ତନ ନିର୍ଦେଶାଳୟ କାନାଡା କଲେଜ ଓ ଭାରତୀୟ ଏଜେନ୍ସି ବିରୋଧ ଏକ ମନି ଲଣ୍ଡରିଂ ମାମଲାରେ ତଦନ୍ତ ଆରମ୍ଭ କରିଛି। ଏହି ମାମଲା ଭାରତୀୟ ନାଗରିକଙ୍କୁ ଆମେରିକାରେ ତସ୍କରୀ ପ୍ରୟାସ ସହ ଜଡିତ, ଯାହାକି କାନାଡା-ଆମେରିକା ସୀମା ମାଧ୍ୟମରେ କରାଯାଇଥିଲା। ରିପୋର୍ଟ ଅନୁସାରେ, ଏହି ଯାଞ୍ଚ ସେହି ଘଟଣା ପରେ ହୋଇଛି, ଯେଉଁଥିରେ ଗୁଜରାଟର ଡିଙ୍ଗୁଚା ଗାଁର ଏକ ପରିବାରର ପ୍ରବଳ ଥଣ୍ଡାରେ ମୃତ୍ୟୁ ହୋଇଥିଲା।  ଏହି ଘଟଣା ୧୯ ଜାନୁଆରୀ ୨୦୨୨ ରେ ଆମେରିକାରେ ବେଆଇନ୍ ଭାବରେ ସୀମା ପାର କରିବାର ଚେଷ୍ଟା ବେଳେ ଘଟିଥିଲା।

ଇଡି ଅହମ୍ମଦାବାଦ ପୋଲିସ ଦ୍ବାରା ରୁଜୁ କରାଯାଇଥିବା ଏକ ଏଫ୍‌ଆଇଆରକୁ ନେଇ ଏହି ତଦନ୍ତ କରିଛି। ଏହି ଏଫ୍‌ଆଇଆରରେ ଭାବେଶ ଅଶୋକ ଭାଇ ପଟେଲ ଓ ଅନ୍ୟ ଭାରତୀୟ ନାଗରିକଙ୍କୁ କାନାଡା ବାଟ ଦେଇ ବେଆଇନ ଭାବରେ ଆମେରିକା ପଠାଯିବାର ଷଡଯନ୍ତ୍ର କରିବାର ଅଭିଯୋଗ ରହିଛି। ମାମଲା ଫିଏମ୍‌ଏଲଏ ଅନୁସାରେ ରୁଜୁ କରାଯାଇଛି। 

ଇଡିର ସୂଚନା ଅନୁସାରେ, ଅଭିଯୁକ୍ତ କାନାଡାର କଲେଜ ଓ ବିଶ୍ବବିଦ୍ୟାଳୟରେ ନକଲି ଏଣ୍ଟ୍ରି ମାଧ୍ୟମରେ ଏହି ତସ୍କରୀ କରିଛି। ଏହି ନାଗରିକମାନେ କାନାଡା ପାଇଁ ଛାତ୍ର ଭିସା ପାଇଁ ଆବେଦନ କରିଥିଲେ, କିନ୍ତୁ ସେଠାରେ ପହଁଞ୍ଚିବା ପରେ କଲେଜରେ ସାମିଲ ହୋଇନଥିଲେ। ଏହା ବଦଳରେ ବେଆଇନ ଭାବରେ  ଆମେରିକା ସୀମା ପାର କରିଥିଲେ। ତଦନ୍ତକାରୀ ଏଜେନ୍ସି ଅନୁସାରେ, କାନାଡା କଲେଜକୁ ଦିଆଯାଇଥିବା ଫି’କୁ ପରେ  ଛାତ୍ରଙ୍କ ଖାତାରୁ ଫେରାଇ ନିଆଯାଇଥିଲା। ଫଳରେ ଏହି ସଂସ୍ଥାର ସମ୍ପୃକ୍ତି ଉପରେ ପ୍ରଶ୍ନ ଉଠିଛି। ଏହି ରାକେଟ ମାଧ୍ୟମରେ ଭାରତୀୟ ନାଗରିକଙ୍କ ପ୍ରତି ୫୫ ଲକ୍ଷରୁ ୬୦ ଲଧ ଟଙ୍କା ଆଦାୟ କରାଯାଇଥିଲା। ଇଡି ୧୦ ଓ ୧୯ ଡିସେମ୍ବରରେ ମୁମ୍ବାଇ, ନାଗପୁର, ଗାନ୍ଦୀନଗର ଓ ଭଡୋଦରାର ୮ଟି ସ୍ଥାନରେ ଚଢାଉ କରିଥିଲା। ଏହି ସମୟରେ ଦୁଇଟି ସଂସ୍ଥା ଭିତରୁ ଗୋଟିଏ ମୁମ୍ବାଇ ଓ ଅନ୍ୟଟି ନାଗପୁରରେ ଥିଲା। ଯାହାକି ବିଦେଶୀ ବିଶ୍ବବିଦ୍ୟାଳର ଛରତ୍ରଙ୍କ ଏଣ୍ଟ୍ରି ପାଇଁ କମିଶନ୍ ଆଧାରରେ ଚୁକ୍ତି କରୁଥିଲା। ଯାଞ୍ଚ ବେଳେ ଜଣାପଡିଥିଲା ସଂସ୍ଥା ପ୍ରତିବର୍ଷ ୨୫,୦୦୦ ଛାତ୍ରଙ୍କୁ କଲେଜ ପଠାଇଥାଏ । ସେଭଳି ଅନ୍ୟଟି ୧୦୦୦୦ରୁ ଅଧିକ ପଠାଇଥାଏ। ଏହଛଡା ୧୭୦୦ ଏଜେଣ୍ଟ ଗୁଜରାଟ ଓ ୩୫୦୦ ଅନ୍ୟ ରାଜ୍ୟରେ ସକ୍ରିୟ ଅଛନ୍ତି। ତାଙ୍କ ଭିତରୁ ୮୦୦ ଜଣ ଏବେ କାମ କରୁଛନ୍ତି। ଇଡି ୧୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରାଶି ଫ୍ରିଜ୍ କରିଛି। ଦୁଇଟି ବାହନ ଜବତ କରାଯାଇଛି। ଏହାସହ ବହୁ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡିଭାଇସ୍ ମଧ୍ୟ ଜବତ କରାଯାଇଛି।