ସାଉଥ୍ ଇଣ୍ଡିଆନ ଫୁଡ଼୍‌ର ଡିମାଣ୍ଡ ସାରା ଭାରତରେ  ରହିଛି । ଏହା ଏଭଳି ଏକ ଖାଦ୍ୟ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଇଣ୍ଡିଆନ ଫୁଡ଼୍‌ରେ ଇଟିଲି ସହ ସମ୍ବରକୁ ଅଧିକ ଖାଇବାକୁ ଲୋକେ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ନିକଟରେ ସମ୍ବର ଓ ଇଟିଲିକୁ ନେଇ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି ।  କର୍ଣ୍ଣାଟକରେ ଇଟିଲିକୁ ସୂତା କପଡ଼ା ପରିବର୍ତ୍ତେ ପ୍ଲାଷ୍ଟିକ ସିଟ୍‌ର ବ୍ୟବହାର କରାଯାଉଛି। ଯେଉଁଥିପାଇଁ କ୍ୟାନ୍ସରର ମାତ୍ରା ବଢୁଥିବା  ଜଣାପଡ଼ିଛି । ସେହିପରି ଏଭଳି କିଛି ଷ୍ଟ୍ରିଟ ଫୁଡ଼ ରହିଛି ଯାହା ଶରୀର ପାଇଁ ହାନିକାରକ । ଆସନ୍ତୁ ଜାଣିବା ।

ଗୁପ୍‌ଚୁପ୍‌: ଷ୍ଟ୍ରିଟଫୁଡ଼ ମଧ୍ୟରୁ ଗୁପ୍‌ଚୁପ୍‌କୁ ମଧ୍ୟ ଲୋକେ ବେଶ୍ ପସନ୍ଦ କରନ୍ତି । ଅନେକ ରିସର୍ଚ୍ଚରୁ ଜଣାପଡିଛି ଯେ , ଗୁପଚୁପ୍ ଖାଇଲେ ମଧ୍ୟ କ୍ୟାନ୍ସର ହୋଇପାରେ । କାରଣ ଏଥିରେ ଯେଉଁ ଚଟଣି ମିଶାଯାଏ। ସେଥିରେ ସିନ୍ଥେଟିକ୍ କଲର ଥାଏ। ଯାହା ଶରୀର ପାଇଁ ଭଲ ନୁହେଁ।

ପ୍ରୋସେସ ଫୁଡ୍‌:ପ୍ରୋସେସ ଫୁଡ୍‌କୁ ମଧ୍ୟ ଲୋକେ ଷ୍ଟ୍ରିଟ ଫୁଡ଼୍ ଭଳି ଲୋକେ ବେଶ ପସନ୍ଦ କରନ୍ତି । ଏହାକୁ ଖାଇବା ଦ୍ବାରା କ୍ୟାନ୍‌ସର ହୋଇପାରେ । କାରଣ ଏଥିରେ କାର୍ସିନୋଜେନ୍ସ ଥାଏ। ଯାହା ପେଟ କ୍ୟାନ୍‌ସର ହେବାର ସମ୍ଭାବନାକୁ ବଢାଇଥାଏ। 

ଫ୍ୟାକେଜ୍ ଫୁଡ଼୍: ଫ୍ୟାକେଜ୍ ଫୁଡ଼୍ ଯେପରିକି ଚିପ୍ସ, କେକ୍, କିମ୍ବା ଥଣ୍ଡାପାନୀୟ ଆଦିରେ  ହାନିକାରକ ତତ୍ତ୍ବ ରହିଥାଏ। ଯାହା କ୍ୟାନ୍‌ସରର ସମ୍ଭାବନାକୁ ବୃଦ୍ଧି କରିଥାଏ।