ପ୍ରମୂଖ ଖବର
  • ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅପରାଧିକ ତଥ୍ୟ ମାଗିଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବେ ଦୀପାଳି
  • ||
  • ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ , ନିଯୁକ୍ତି ଦେଲେ ରାଷ୍ଟ୍ରପତି
  • ||
  • ଆନନ୍ଦପୁର : ପାଣି ପାଇଁ ରାସ୍ତାରୋକ, ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ନହଟିବାକୁ ଚେତାବନୀ
  • ||
  • ବ୍ରହ୍ମପୁର : ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ, ୭ ମାମଲା ରୁଜୁ କରି ତଦନ୍ତ ଆରମ୍ଭ
  • ||
  • ବାର୍‌ ଡ୍ୟାନ୍ସ କଟକଣା ମାମଲା: ଜବାବ ରଖିଲେନି ସରକାର, ୨୪ରେ ଚୂଡ଼ାନ୍ତ ଶୁଣାଣି
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
  • ||
  • ଉଦଳା : ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ
  • ||
  • ଉମରକୋଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଡ୍ରାଇଭର ମୃତ, ୬ ଗୁରୁତର ହସ୍ପିଟାଲରେ ଭର୍ତ୍ତି
  • ||
  • ଅନ୍ତର୍ଜାତୀୟ ବନ ଦିବସ: ଜଳୁଛି ଜଙ୍ଗଲ, ଥମୁନି ବନ୍ୟଜନ୍ତୁ ଶିକାର
  • ||
  • ଖରା ଯୋଗୁଁ ବଦଳିଲା ସମୟ, ଆଜିଠୁ ସକାଳୁଆ ସ୍କୁଲ: ପ୍ରଥମରୁ ଦ୍ୱାଦଶ ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ଆଜି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କେବଳ ଇଟିଲି ନୁହେଁ ଏହି ସବୁ ଷ୍ଟ୍ରିଟ୍ ଫୁଡ଼୍ ମଧ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ, ଜାଣନ୍ତୁ କାରଣ

Published By : prameya | February 28, 2025 3:18 PM

ସାଉଥ୍ ଇଣ୍ଡିଆନ ଫୁଡ଼୍‌ର ଡିମାଣ୍ଡ ସାରା ଭାରତରେ  ରହିଛି । ଏହା ଏଭଳି ଏକ ଖାଦ୍ୟ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଇଣ୍ଡିଆନ ଫୁଡ଼୍‌ରେ ଇଟିଲି ସହ ସମ୍ବରକୁ ଅଧିକ ଖାଇବାକୁ ଲୋକେ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ନିକଟରେ ସମ୍ବର ଓ ଇଟିଲିକୁ ନେଇ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି ।  କର୍ଣ୍ଣାଟକରେ ଇଟିଲିକୁ ସୂତା କପଡ଼ା ପରିବର୍ତ୍ତେ ପ୍ଲାଷ୍ଟିକ ସିଟ୍‌ର ବ୍ୟବହାର କରାଯାଉଛି। ଯେଉଁଥିପାଇଁ କ୍ୟାନ୍ସରର ମାତ୍ରା ବଢୁଥିବା  ଜଣାପଡ଼ିଛି । ସେହିପରି ଏଭଳି କିଛି ଷ୍ଟ୍ରିଟ ଫୁଡ଼ ରହିଛି ଯାହା ଶରୀର ପାଇଁ ହାନିକାରକ । ଆସନ୍ତୁ ଜାଣିବା ।

ଗୁପ୍‌ଚୁପ୍‌: ଷ୍ଟ୍ରିଟଫୁଡ଼ ମଧ୍ୟରୁ ଗୁପ୍‌ଚୁପ୍‌କୁ ମଧ୍ୟ ଲୋକେ ବେଶ୍ ପସନ୍ଦ କରନ୍ତି । ଅନେକ ରିସର୍ଚ୍ଚରୁ ଜଣାପଡିଛି ଯେ , ଗୁପଚୁପ୍ ଖାଇଲେ ମଧ୍ୟ କ୍ୟାନ୍ସର ହୋଇପାରେ । କାରଣ ଏଥିରେ ଯେଉଁ ଚଟଣି ମିଶାଯାଏ। ସେଥିରେ ସିନ୍ଥେଟିକ୍ କଲର ଥାଏ। ଯାହା ଶରୀର ପାଇଁ ଭଲ ନୁହେଁ।

ପ୍ରୋସେସ ଫୁଡ୍‌:ପ୍ରୋସେସ ଫୁଡ୍‌କୁ ମଧ୍ୟ ଲୋକେ ଷ୍ଟ୍ରିଟ ଫୁଡ଼୍ ଭଳି ଲୋକେ ବେଶ ପସନ୍ଦ କରନ୍ତି । ଏହାକୁ ଖାଇବା ଦ୍ବାରା କ୍ୟାନ୍‌ସର ହୋଇପାରେ । କାରଣ ଏଥିରେ କାର୍ସିନୋଜେନ୍ସ ଥାଏ। ଯାହା ପେଟ କ୍ୟାନ୍‌ସର ହେବାର ସମ୍ଭାବନାକୁ ବଢାଇଥାଏ। 

ଫ୍ୟାକେଜ୍ ଫୁଡ଼୍: ଫ୍ୟାକେଜ୍ ଫୁଡ଼୍ ଯେପରିକି ଚିପ୍ସ, କେକ୍, କିମ୍ବା ଥଣ୍ଡାପାନୀୟ ଆଦିରେ  ହାନିକାରକ ତତ୍ତ୍ବ ରହିଥାଏ। ଯାହା କ୍ୟାନ୍‌ସରର ସମ୍ଭାବନାକୁ ବୃଦ୍ଧି କରିଥାଏ। 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.