ନୂଆଦିଲ୍ଲୀ,୨୭/୦୩: କେନ୍ଦ୍ର ସରକାରଙ୍କ ଦ୍ୱାରା  ନିୟନ୍ତ୍ରିତ କ୍ୟାନ୍‌ସର, ଡାଏବେଟିସ୍‌ ଏବଂ ହୃଦ୍‌ରୋଗ  ଔଷଧଗୁଡ଼ିକ ଖୁବ୍‌ଶୀଘ୍ର ମହଙ୍ଗା ହେବାକୁ ଯାଉଛି ।  ସରକାରଙ୍କ ନିୟନ୍ତ୍ରଣରେ ରହୁଥିବା ଔଷଧଗୁଡ଼ିକର  ଦରରେ ୧.୭% ବୃଦ୍ଧି ହୋଇପାରେ ବୋଲି ସରକାରୀ  ସୂତ୍ରରୁ ଜଣାପଡ଼ିଛି । 

ଏ ପରିପ୍ରେକ୍ଷୀରେ ଅଲ୍‌  ଇଣ୍ଡିଆ ଅର୍ଗାନାଇଜେସନ୍‌ ଅଫ୍‌ କେମିଷ୍ଟ୍‌ସ ଆଣ୍ଡ୍‌  ଡ୍ରଗିଷ୍ଟ୍‌ସ(ଏଆଇଓସିଡି)ର ସାଧାରଣ ସମ୍ପାଦକ ରାଜୀବ  ସିଂଘଲ କହିଛନ୍ତି ଯେ, ଏହି ପଦକ୍ଷେପ ଫାର୍ମା ଶିଳ୍ପକୁ ଆଶ୍ୱସ୍ତି  ଦେବ । କାରଣ କଞ୍ଚାମାଲ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବଢୁଛି ।  ତେବେ ବଜାରରେ ନୂଆ ମୂଲ୍ୟ ଆସିବା ପାଇଁ ଆଉ ୨ରୁ୩  ମାସ ସମୟ ଲାଗିପାରେ ବୋଲି ଶ୍ରୀ ସିଂଘଲ କହିଛନ୍ତି ।