ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବୈଜ୍ଞାନିକଙ୍କ ବଡ଼ ଖୁଲାସା, କ୍ୟାନସର ସେଲ୍‌କୁ ନଷ୍ଟ ନ କରି ଦୂର ହେବ ଏହି ମାରାତ୍ମକ ରୋଗ

Published By : Swapna Ray | January 26, 2025 2:55 PM

ନୂଆଦିଲ୍ଲୀ, ୨୬।୧: କ୍ୟାନସରକୁ ନେଇ ବୈଜ୍ଞାନିକଙ୍କ ବଡ଼ ଖୁଲାସା । ଏହି ରିସର୍ଚ୍ଚ ଅନୁସାରେ, କ୍ୟାନସର ସେଲ୍‌କୁ ନଷ୍ଟ ନ କରି କ୍ୟାନସର ରୋଗର ଚିକିତ୍ସା କରିହେବ । କୋରିଆ ଆଡଭାନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ରିସର୍ଚ୍ଚର୍ସ ଏହି ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ଅନୁସାରେ, କ୍ୟାନସର ସେଲ୍‌କୁ ନଷ୍ଟ ନ କରି କୋଲେନ କ୍ୟାନସରର ଚିକିତ୍ସା କରାଯାଇପାରିବ । କୋଲେନର କ୍ୟାନସରର ଅର୍ଥ, ଯାହା ଅନ୍ତନଳୀ ଭିତରେ ହୋଇଥାଏ । କ୍ୟାନସରର ମାତ୍ରା ବୃଦ୍ଧି ପାଇଲେ ଶରୀରରେ ଥିବା ସାଧାରଣ ସେଲ୍ ଅନିୟନ୍ତ୍ରିତ ଆକାରରେ ବଢ଼ିବାକୁ ଲାଗେ । ବୈଜ୍ଞାନିକମାନେ ଏହି ସେଲ୍‌ଗୁଡ଼ିକୁ ନର୍ମାଲରେ ପରିବର୍ତ୍ତନ କରିବାକୁ ମଲିକ୍ୟୁଲାରର ସାହାଯ୍ୟ ନେଲେ । ମଲିକ୍ୟୁଲାର ଶରୀରରେ ଥିବା ସେଲ୍‌ଗୁଡ଼ିକର ନିୟନ୍ତ୍ରଣ କରେ । 

ରିସର୍ଚ୍ଚରମାନେ କମ୍ପ୍ୟୁଟର ମଡେଲ୍ ସାହାଯ୍ୟରେ ଜିନ୍ ନେଟୱର୍କର ଏକ ଡିଜିଟାଲ ଟ୍ୱିନ୍ ତିଆରି କରିଛନ୍ତି । କମ୍ପ୍ୟୁଟର ମଡେଲ୍‌ରେ ଗବେଷଣା କରି ମୁଖ୍ୟ ସ୍ୱିଚ୍‌କୁ ଚିହ୍ନଟ କରିଛନ୍ତି, ଯାହା ସେଲ୍‌ଗୁଡ଼ିକୁ ସାଧାରଣ ସେଲ୍‌ରେ ପରିବର୍ତ୍ତନ କରିବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଯାହା ପରେ ଜିନ୍ ଏଡିଟିଙ୍ଗ୍ ଟେକନିକ୍ ଓ ଔଷଧ ସାହାଯ୍ୟରେ କ୍ୟାନସର ସେଲ୍‌ରେ ବ୍ୟବହାର ହୁଏ । ଯାହା ପରେ ଦେଖାଯାଇଥିଲା ଯେ, କ୍ୟାନସର ସେଲ୍‌ଗୁଡ଼ିକ କ୍ରମଶଃ ହ୍ରାସ ପାଇଥିଲା ଏବଂ ସାଧାରଣ ସେଲ୍‌ରେ ପରିବର୍ତ୍ତନ ହୋଇଥିଲା । 

ତେବେ କ୍ୟାନସର ଚିକିତ୍ସାରେ ସାଧାରଣତଃ କେମୋଥେରାପି, ରେଡିଏନ୍ ଥେରାପି ଆଦି କରାଯାଏ । ଯାହା କ୍ୟାନସର ସେଲ୍‌କୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ । ଏହାର ଅନେକ କୁପ୍ରଭାବ ମଧ୍ୟ ରହିଛି । ଯେପରିକି କେଶ ଝଡ଼ିବା, ଦୁର୍ବଳ ଲାଗିବା । କିନ୍ତୁ, କୋରିଆର ଏହି ନୂଆ ପଦ୍ଧତି କ୍ୟାନସର ସେଲ୍‌ଗୁଡ଼ିକୁ ସୁଧାରିବାରେ ସାହାଯ୍ୟ କରେ ଏହାକୁ ସାଧାରଣ ସେଲ୍‌ରେ ପରିବର୍ତ୍ତନ କରେ । ଏହି ରିସର୍ଚ୍ଚ କ୍ୟାନସର ଚିକିତ୍ସାରେ ଏକ ଯୁଗାନ୍ତକାରୀ ପଦକ୍ଷେପ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.