ଛତ୍ରପୁର, ୧୪।୯ :ଗଞ୍ଜାମ ପୋଲିସ ଜିଲ୍ଲା ଅଧୀନରେ ଛତ୍ରପୁର ସ୍ଥିତ ରିଜର୍ଭ ପୁଲିସ ପଡିଆରେ ହୋମଗାର୍ଡ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି ମୃତକ ଜଣକ ହେଲେ ତାରସିଂଥାନା  ତୁଳସୀପଲ୍ଲୀ ଅଂଚଳ ଶିବରାମ ପ୍ରଧାନ |

ନିୟମ ଅନୁସାରେ ହୋମଗାର୍ଡ ପଦବୀ  ପାଇଁ ଦୌଡ ପରୀକ୍ଷା କରାଯାଉଥିଲା   ଦୌଡ଼ ପରୀକ୍ଷା ବେଳେ ଶିବରାମ ଅସୁସ୍ଥ ହୋଇପଡ଼ିଥିଲେ ସେଠାରୁ ସଙ୍ଗେ ସଙ୍ଗେ ତାଙ୍କୁ ଛତ୍ରପୁର ମେଡିକାଲ ନିଆଯାଇଥିଲା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଯାଇଥିଲା ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।