ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୃତକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

Published By : Gurupada Nath | April 24, 2025 11:00 PM

ଜହ୍ନ।ପଙ୍କ, ୨୪/୪ : ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୃତକଙ୍କ ସ୍ମୃତିରେ ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣନଗରରେ ଆଜି ସନ୍ଧ୍ୟାରେ ନିରବ ପ୍ରାର୍ଥନା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଯାଇଛି । ଶାନ୍ତି କମିଟି ପକ୍ଷରୁ କରାଯାଇଥିବା ଏହି  କ୍ୟାଣ୍ଡେଲ ଶୋଭାଯାତ୍ରା ନାରାୟଣନଗର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ସମ୍ମୁଖରୁ ବାହାରି ଦୈନିକ ବଜାର, ସାହୁଗଳି, ଗଙ୍ଗାଧର ମେହେର ଛକ, ହରିବଂଶ ଛକ ଦେଇ ମନ୍ଦିରରେ ପହଂଚିଥିଲା l 

କମିଟିର ଉପଦେଷ୍ଟା ଜଗନ୍ନାଥ ବେହେରାଙ୍କ ତତ୍ତ୍ବାବଧାନରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏଥିରେ କମିଟିର ଉପସଭାପତି ନରୋତ୍ତମ ମେହେର, ସମ୍ପାଦକ ବୈଶାଖୁ ବେହେରା, ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା, ସଭ୍ୟ ନବକିଶୋର ମେହେର, ରଂଜିତ ମେହେର, ମନୋଜ ମେହେର, ନିତ୍ୟାନନ୍ଦ ମେହେର, ମକର ମେହେର, ଗୋପାଳ ମେହେର, ରାମକୃଷ୍ଣ ମେହେର, ଅଜୁ ମେହେର, ପିଣ୍ଟୁ ମେହେର, ପ୍ରଦୀପ ମେହେର, କୁଶ ମେହେର, ଶେଷ ମେହେର, ରାଜୁ ମେହେର ପ୍ରମୁଖ ସାମିଲ ହୋଇଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.