ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଗଜପତିରେ ଅପରେସନ ଗ୍ରୀନ କ୍ଲିନ, ୭ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

Published By : Harapriya Sethi | December 11, 2024 10:29 AM

ମୋହନା,୧୧/୧୨: ଗଜପତି ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ । ମୋହନା ଥାନା ଅନ୍ତର୍ଗତ ପେଙ୍ଗମ ଗାଁରେ ଚଢ଼ାଉ କରି ୭ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । ଏହି ଅଞ୍ଚଳରେ ବ୍ୟାପକ ମାତ୍ରାରେ ଗଞ୍ଜେଉ ଚାଷ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ ମିଳିତ ବାହିନୀ ।

ପ୍ରାୟ ୩୫ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ବେଳେ ଏହାକୁ ପୋଡି ନଷ୍ଟ କରାଯାଇଛି । ଏହି ଚଢ଼ାଉରେ ପୋଲିସ, ଅବକାରୀ ବିଭାଗ, ରାଜସ୍ୱ ଓ ବନ ବିଭାଗ କର୍ମଚାରୀ ସାମିଲ ଥିଲେ । ଗତ ଏକ ମାସ ହେଲା ଏହି ଅଭିଯାନ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ମିଳିତ ବାହିନୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.