ନୂଆଦିଲ୍ଲୀ,୧୨/୧୨; ପ୍ରଥମ ଟି-ଟ୍ୱେଣ୍ଟିରେ ବଡ଼ ବିଜୟ ଦ୍ବିତୀୟ ମ୍ୟାଚରେ ପାଣିଚିଆ ହୋଇଛି । ବାରବାଟୀର ବିଜୟ ଚଣ୍ଡିଗଡ଼ରେ ଫିକା ପଡିଯାଇଛି । ଦ.ଆଫ୍ରିକା ବିପକ୍ଷ ଟ୍ୱି-ଟ୍ୱେଣ୍ଟି ମୁକାବିଲାରେ ୫୧ରନରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ବର୍ତ୍ତମାନ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ୧-୧ରେ ବରାବର ରହିଛି । ପରାଜୟ ପରେ ଦୋଷ ସ୍ୱୀକାର କରିଛନ୍ତି କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବ । କଣ କରିବାର ଥିବା କହିବା ସହ ଭାଇସ୍ କ୍ୟାପ୍ଟେନ ଶୁଭମନ ଗିଲଙ୍କୁ ମଧ୍ୟ ଦାୟୀ କରିଛନ୍ତି ।

ପ୍ରଥମ ବ୍ୟାଟିଂ କରି ଦ.ଆଫ୍ରିକା ୪ ୱିକେଟ ହରାଇ ୨୧୩ରନ ବିରାଟ ସ୍କୋର କରିଥିଲା । ଡି.କକ୍ କ୍ୱିଣ୍ଟନ ୯୦ରନର ପାଳି ଖେଳିଥିଲେ । ୨୧୪ରନର ଟାର୍ଗେଟ ଫିଛା କରି ଭାରତ ୧୬୨ରନରେ ଅଲଆଉଟ ହୋଇଥିଲା । ୫୧ରନର ବିଜୟ ହାସଲ କରି ସିରିଜ ବରାବର କରିଛି ଭ୍ରମଣକାରୀ ଦଳ । ଏହି ପରାଜୟ ନେଇ ୫ ରନ କରିଥିବା କ୍ୟାପ୍ଟେନ ସୂର୍ଯ୍ୟକୁମାର କହିଛନ୍ତି, ଆମେ ପ୍ରଥମେ ବୋଲିଂ କରିଥିଲୁ ଏବଂ ଅଧିକ କିଛି କରିପାରିଲୁ ନାହିଁ । ଆମେ କମବ୍ୟାକ କରିବାର ଥିଲା । ଆମେ ବୋଲିଂ କରିଥିଲୁ ଏବଂ ପରେ ସେମାନଙ୍କୁ ଅନୁଭବ ହୋଇଥିଲା କି ୱିକେଟ ଉପରେ ଲେନ୍ଥ କେତେ ଗୁରୁତ୍ୱପୂର୍ଣ୍ଣ । ଏହା ଶିଖିବା ପ୍ରାଣାଳୀ ଥିଲା । କେବଳ ଶିଖ ଏବଂ ଆଗକୁ ବଢ । ଆମ ପ୍ଲାନ କାମ କଲାନାହିଁ । ଏଥିରୁ ଶିଖିବାକୁ ମିଳିଛି କି ଦ୍ୱିତୀୟ ପାଳିରେ କିପରି ବୋଲିଂ କରାଯିବ । ଆଗାମୀ ମ୍ୟାଚରେ ଏ ଦିଗରେ କାମ କରିବାକୁ ଚେଷ୍ଟା କରିବୁ ।'

​​​​​​​


ଅଧିନାୟକ ଆହୁରି କହିଛନ୍ତି, ''ମୋତେ ଲାଗୁଛି ଶୁଭମନ ଭଲ ଆରମ୍ଭ କରିପାରିଥାନ୍ତେ ଆମେ ସବୁବେଳେ ଅଭିଷେକଙ୍କ ଉପରେ ଭରସା କରିପାରିବୁ ନାହିଁ । ସେ ଯେପରି ବ୍ୟାଟିଂ କରୁଛନ୍ତି, ତାଙ୍କର ଦିନ ଖରାପ ହୋଇପାରେ । ମୋତେ, ଶୁଭମନ ଏବଂ କିଛି ଅନ୍ୟ ବ୍ୟାଟରଙ୍କୁ ଦାୟିତ୍ୱ ନେବାର ଥିଲା । ମୋତେ ଲାଗୁଛି କି  ଏହା ଏକ ସ୍ମାର୍ଟ ଚେଜ୍ ହୋଇଥାଇପାରିଥାନ୍ତା । ଶୁଭମନ ପ୍ରଥମ ବଲରେ ଆଉଟ ହୋଇଗଲେ । ହେଲେ ମୋତେ ସେ ଦାୟିତ୍ୱ ନେବାର ଥିଲା । କିଛି ସମୟ ବ୍ୟାଟିଂ କରିବାର ଥିଲା । ଆଗାମୀ ମ୍ୟାଚରେ ଭଲ କରିବାକୁ ପ୍ରୟାସ କରିବୁ ।''