ପୁରୀ,୨୩/୦୬: କାର୍‌ ଚାଳକ ଭାରସାମ୍ୟ  ହରାଇ ସିଟିରୋଡସ୍ଥିତ ବାଙ୍କିମୁହାଣ ବ୍ରିଜ୍‌ର ସୁରକ୍ଷା  ବାଡ଼କୁ ଜୋରରେ ଧକ୍କା ଦେଇଥିଲା । ଘଟଣାସ୍ଥଳରେ କାର୍‌ଟି ହୁତୁହୁତୁ ହୋଇ ଜଳିଥିଲା । ଖବରପାଇ  ଅଗ୍ନିଶମ ବିଭାଗର ସହକାରୀ କେନ୍ଦ୍ରାଧିକାରୀ ରାଜେନ୍ଦ୍ର  ସ୍ୱାଇଁ, ମୁଖ୍ୟ ଆଗ୍ନିକ ସୁଶାନ୍ତ ସାହୁ,ଆଗ୍ନିକ ପ୍ରିୟବ୍ରତ  ଶ୍ରୀଚନ୍ଦନ ଓ ଶ୍ରୀକାନ୍ତ ଦଳେଇ ଘଟଣାସ୍ଥଳରେ  ନିଆଁଙ୍କୁ ଆୟତ୍ତ କରିଥିଲେ । କାରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । କାର ଚାଳକ ଗୁରୁତର ଆହତ ହୋଇ  ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେ  ହେଲେ ଗଞ୍ଜାମ ଜିଲ୍ଲା ରମ୍ଭାର କହ୍ନେଇ ସ୍ୱାଇଁ  ।

ଜିଲ୍ଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ  ପ୍ରଭାତ କୁମାର ରାଉତଙ୍କ କହିବାନୁଯାୟୀ,  ରବିବାର ରାତ୍ର ୮ଟା ୧୭ରେ ପେଣ୍ଠକଟାରୁ  ସୁଭାଷବୋଷ ଛକ ଅଭିମୁଖେ (ଓଡି-୦୭- ଏଭି-୮୯ ୩୬) କାରଟି ଆସୁଥିବାବେଳେ  ବାଙ୍କିମୁହାଣ ବ୍ରିଜ୍‌ ସୁରକ୍ଷା ବାଡ଼କୁ ଧକ୍କା ଦେଇଥିଲା ।