ପ୍ରମୂଖ ଖବର
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍

Published By : Rasmita Pradhan | August 12, 2025 8:13 AM

ଚୌଦ୍ଵାର, ୧୨/୦୮ : ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ। ଟ୍ରକ୍ ପଛରେ ପିଟି ହୋଇ ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍। ପଶ୍ଚିମବଙ୍ଗ ପୁରୁଲିଆରୁ ପୁରୀ ଯାଉଥିବା ଏକ କାର୍ କଟକ ଟାଙ୍ଗୀ ନିର୍ଗୁଣ୍ଡୀ ଓଭର ବ୍ରିଜ୍ ଉପରେ ଜଳି ଯାଇଛି। ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଗାଡ଼ିରେ ଥିବା ୫ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

ସୂଚନାନୁଯାୟୀ, ପଶ୍ଚିମବଙ୍ଗ ପୁରୁଲିଆରୁ ଗୋଟିଏ ପରିବାରର ୫ଜଣ ଯାତ୍ରୀ ଏକ କାର୍ ଯୋଗେ ପୁରୀ ଯାଉଥିଲେ। ମଙ୍ଗଳବାର ସକାଳେ କଟକ ଟାଙ୍ଗୀ ନିର୍ଗୁଣ୍ଡୀ ଓଭର ବ୍ରିଜ୍ ଉପରେ କାର୍‌ଟି ଏକ ଟ୍ରକ୍ ପଛପଟେ ଧକ୍କା ହୋଇଥିଲା। ଏହାପରେ କାର୍‌ଟି ହୁତୁହୁତୁ ହୋଇ ଜଳି ଉଠିଥିଲା। କାର୍‌ରେ ଥିବା ସମସ୍ତ ଯାତ୍ରୀ ଗାଡି ଭିତରୁ ବାହାରକୁ ଚାଲି ଆସିଥିଲେ। ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ପୁଲିସ ଗାଡିକୁ ଥାନାକୁ ନେଇଛି। ଅପର ପକ୍ଷେ ଟ୍ରାଫିକ୍ ଆଇଆଇସି ପହଞ୍ଚି ଯାତ୍ରୀମାନଙ୍କୁ ଘରକୁ ଯିବା ପାଇଁ ବ୍ୟବସ୍ଥା କରିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.