ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଲସ୍‌ ଆଞ୍ଜେଲସ୍‌ରେ ଚାଞ୍ଚଲ୍ୟ; ଭିଡ଼ ଭିତରକୁ ଧଶେଇ ପଶିଲା ଗାଡି, ୨୦ରୁ ଅଧିକ ଆହତ

Published By : Bijay Swain | July 19, 2025 6:08 PM

Image courtesy: indiatoday

ଲସ୍‌ ଆଞ୍ଜେଲସ୍‌: ଲସ୍‌ ଆଞ୍ଜେଲସ୍‌ର ଇଷ୍ଟ ହଲିଉଡ଼ସ୍ଥିତ ସାଣ୍ଟା ମୋନିକା ବୁଲେଭାର୍ଡରେ ଶନିବାର ସଖାଳ ସମୟରେ ଏକ ଗାଡ଼ି ଭିଡ଼ ଭିତରକୁ ଧଶେଇ ପଶିବା କାରଣରୁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲସ୍‌ ଆଞ୍ଜେଲସ୍‌ ଅଗ୍ନିଶମ ବିଭାଗ (LAFD) ଅନୁସାରେ, ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୮ରୁ ୧୦ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି ଏବଂ ୧୦ରୁ ୧୫ ଜଣଙ୍କ ଅବସ୍ଥା ସ୍ଥିର ରହିଛି। ଏହି ଘଟଣା ସ୍ଥାନୀୟ ସମୟ ପ୍ରାୟ ରାତି ୨ଟା ସମୟରେ ଘଟିଥିଲା।

ଅଗ୍ନିଶମ ବିଭାଗ ଜଣାଇଛି ଯେ, ଏକ ଅଜଣା ଗାଡ଼ି ରାସ୍ତାରେ ଥିବା ଭିଡ଼ ଭିତରକୁ ଧଶେଇ ପଶିଥିଲା। ଘଟଣାସ୍ଥଳରେ ଦମକଳ, ଆମ୍ବୁଲାନ୍ସ ଏବଂ ବିଶେଷ ଉଦ୍ଧାରକାରୀ ଦଳ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ସୋସିଆଲ ମିଡିଆରେ ପ୍ରକାଶିତ ଫୁଟେଜରେ ଦେଖାଯାଇଛି ଯେ, ଏକ ଧୂସର ରଙ୍ଗର ଗାଡ଼ି ସାଇଡ଼ୱାକରେ ଥିବା ଭଗ୍ନାବଶେଷ ମଧ୍ୟରେ ଦେଖାଯାଉଛି। ଏହା ସହିତ ଅନେକ ଲୋକ ଗୁରୁତର ଅବସ୍ଥାରେ ରାସ୍ତାରେ ଏଣେତେଣେ ପଡ଼ିଥିବା ଦୃଶ୍ୟ ମଧ୍ୟ ଦେଖାଦେଇଛି।

ଏକ ସମ୍ଭାବ୍ୟ ତଦନ୍ତରୁ ଜଣାପଡ଼ିଛି ଯେ, ଚାଳକ ଜଣକ କାର ଉପରୁ ନିୟନ୍ତ୍ରଣ ହରାଇ ଥାଇପାରନ୍ତି। ଯାହା ଏହି ଦୁର୍ଘଟଣାର କାରଣ ହୋଇପାରେ। ତେବେ ଘଟଣାର ପ୍ରକୃତ କାରଣ ଏବଂ ଚାଳକଙ୍କ ବିଷୟରେ ସ୍ପଷ୍ଟ ତଥ୍ୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ କେତେକ ସୋସିଆଲ ମିଡିଆ ୟୁଜର୍ସ ଦୁର୍ଘଟଣା ପୂର୍ବରୁ ସେଠାରେ ଗୁଳିଚାଳନା ହୋଇଥିବା ନେଇ ଦାବି କରିଛନ୍ତି।

ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ଏବଂ ତେବେ ବହୁ ଜଲଦି ଏନେଇ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.