ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଜୟଶୋଳ ଛକ ନିକଟରେ କଲଭର୍ଟ ତଳକୁ ଖସିଲା କାର୍ ; ୧ ମୃତ

Published By : Prameya | April 11, 2025 7:05 PM

ଜଗତସିଂହପୁର,୧୧/୪ : କଟକ-ମାଛଗାଁ ଜାତୀୟ ରାଜପଥ ଜୟଶୋଳ ଛକ ନିକଟରେ କଲଭର୍ଟ ତଳକୁ ଖସିଲା କାର୍ । ଘଟଣାସ୍ଥଳରେ ମାଆଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅ ଓ ଭାଣିଜି ଗୁରୁତର । ଗୁରୁତରମାନଙ୍କୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । 

ମୃତକ ହେଲେ ଜିସା ଫରାନା । ଗୁରୁତର ହେଉଛନ୍ତି ପୁଅ ୟୁନୁଦ ଇସମାଇଲ ଓ ଭାଣିଜି ନ୍ୟାୟଭିଶ । ନବା ପାଟଣାରେ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଏକ ହୋଣ୍ଡା ଆଇ ଟେନ କାରରେ କଟକରୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ପୋଲ ତଳକୁ ଖସି କେନାଲରେ ପଡ଼ିଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.