ବୌଦ୍ଧ,୫/୭(ଆପ୍ର):ବୌଦ୍ଧ ପୁଲିସ ପକ୍ଷରୁ ଏକ କାର୍ ଯାଞ୍ଚ କରାଯାଇ ୧୫ ପେଟି କଫ ସିରପ୍  ସହ କାରକୁ ଜବତ କରାଯାଇଛି । ପୁଲିସ ଏକ ଟିମ୍  କରୁଣାପାଲି ଖଣ୍ଡବର ରାସ୍ତାରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ କରୁଣାପାଲି ପଟୁ ଏକ କାର ଆସୁଥିଲା।  ପୁଲିସକୁ ଦେଖି ଡ୍ରାଇଭର କାର ଛାଡ଼ି ଘଟଣା ସ୍ଥଳରୁ ଫେରାର ମାରିଥିଲେ । ପୁଲିସ କାର କୁ ତଲାସୀ କରିବାରୁ ସେଥିରେ ୧୫ ପେଟି କଫ ସିରପ୍ ମିଳିଥିଲା ।  ପୁଲିସ ଏକ ମାମଲା ରୁଜୁ କରି କଫ ସିରପ ପେଟି ସହ କାର କୁ ଜବତ କରି ତଦନ୍ତ ଚଳାଇଛି।