ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

୩୦ କିଲୋ ଗଞ୍ଜେଇ ସହ କାର ଜବତ: ଜଣେ ଗିରଫ

Published By : Suraj Kumar | January 27, 2025 8:39 PM

ଦାରିଙ୍ଗବାଡି,୨୭/୧(ଆପ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡି ପୁଲିସ । ୩୦ କିଲୋ ୨୬୦ ଗ୍ରାମ ଗଞ୍ଜେଇ ସହ କାର ଜବତ କରିଛି ପୁଲିସ । ଏଥି ସହିତ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ରମ୍ଭା ଥାନା ଅନ୍ତର୍ଗତ ହରିପୁର ବୁରୁଡ଼ି ଗ୍ରାମର ରଞ୍ଜିତ ନାହାକ( ୩୩)  । 

ରବିବାର ରଞ୍ଜିତ ନାହାକ ଏକ କାର ଯୋଗେ ଦାରିଙ୍ଗବାଡି ଥାନା କୁମ୍ଭାରମୁଣ୍ଡା ଅଞ୍ଚଳରୁ ଗଞ୍ଜେଇ ନେଇ ସୋରଡା ଅଞ୍ଚଳକୁ ଯାଉଥିଲେ।  ପୁଲିସ ଦାରିଙ୍ଗବାଡି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଗଞ୍ଜେଇ ଚାଲାଣ ନେଇ ବିଶେଷ ସୂତ୍ର ରୁ ଖବର ପାଇ ଗାଡ଼ିକୁ ପିଛା କରି ବାଇମେଲା ବନ ବିଭାଗ ଗେଟରେ ଗଞ୍ଜେଇ ଗାଡ଼ିକୁ ଧରିଥିଲେ  । ଗାଡ଼ି ଯାଞ୍ଚ ସମୟରେ ଗାଡ଼ି ମଧ୍ୟରେ ୨ ବସ୍ତା ଗଞ୍ଜେଇ ଥିବା ପୁଲିସ ଦେଖିବାକୁ ପାଇଥିଲା । ଏହାପରେ ପୁଲିସ ଗାଡ଼ି ସହ ଗଞ୍ଜେଇ ଜବତ କରି ରଞ୍ଜିତ ନାହାକଙ୍କୁ ଗିରଫ କରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.