ପ୍ରମୂଖ ଖବର
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସିପାହୀ, କନଷ୍ଟେବଲଙ୍କ ବୟସ ସୀମା କୋହଳ ମାମଲା : ଦୁଇ ପକ୍ଷଙ୍କ ଯୁକ୍ତି ଉପସ୍ଥାପନ , ରହିତାଦେଶ ବଳବତ୍ତର

Published By : Prameya | March 24, 2025 11:27 PM

କଟକ : ସିପାହୀ, କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ବୟସ ସୀମା କୋହଳ ସଂକ୍ରାନ୍ତ ମାମଲାରେ ଆଜି (ସୋମବାର) ରାଜ୍ୟ ସରକାର ଏବଂ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି। ଉଭୟ ପକ୍ଷ ନିଜ ନିଜର ଯୁକ୍ତି ରଖିବା ପରେ ହାଇକୋର୍ଟ ମାମଲାର ଶୁଣାଣି ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ରାଜି ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଏର ଏହି ରିଟ୍‌ ଅପିଲ୍‌ର ଶୁଣାଣି ଜାରି ରଖିବା ସହ ନିଯୁକ୍ତି ଉପରେ ଜାରି ରହିତାଦେଶ ବଳବତ୍ତର ରହିଛି ।

 ଓଡ଼ିଶା ପୁଲିସ୍‌ର ଓଏସ୍‌ପି, ଆଇଆର୍‌, ଏସ୍‌ଆଇଆର୍‌, ସ୍ପେସାଲ୍‌ ସିକ୍ୟୁରିଟି ବାଟାଲିୟନ୍‌ରେ ୧୩୬୦ଟି ସିପାହୀ/କନଷ୍ଟେବଲ୍‌ ପଦ ପୂରଣ ପାଇଁ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୧୮ ଏବଂ ସର୍ବାଧିକ ବୟସ ସୀମା ୨୩ ଧାର୍ଯ୍ୟ କରାଯାଇଥିଲା ।

 ଅନ୍ୟପକ୍ଷରେ ୨୦୧୮ରେ ଶେଷ ଥର ପାଇଁ ଏହି ପଦ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । କରୋନା ପାଇଁ ଆଉ ନିଯୁକ୍ତି ପ୍ରକ୍ରିୟା କରାଯାଇନଥିବାବେଳେ ଦୀର୍ଘ ୬ବର୍ଷ ପରେ ୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେଣୁ ଅନେକ ପ୍ରାର୍ଥୀଙ୍କ ବୟସ ଅତିକ୍ରାନ୍ତ ହୋଇଯାଇଛି । ବୟସ ସୀମା କଟକଣା ପାଇଁ ସେମାନେ ଏହି ପଦଲାଗି ଆବେଦନ କରିପାରୁନାହାନ୍ତି । ଫଳରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ୨୦୨୪ ଡିସେମ୍ବର ୫ ତାରିଖରେ ଏହି ମାମଲାର ରାୟ ପ୍ରକାଶ କରି ଏହି ଆଶାୟୀ ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ଏଇ ଥରକ କୋହଳ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । 

ଏହି ଆଦେଶକୁ ଚାଲେଞ୍ଜ କରି ରାଜ୍ୟ ସରକାର ରିଟ୍‌ ଅପିଲ୍‌ରେ ହାଇକୋର୍ଟକୁ ଆସିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ପ୍ରତିପକ୍ଷଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଥ, ଆଇନଜୀବୀ ବିପ୍ଳବ ବାହାଲି ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.