ମୁମ୍ବାଇ,୧୪/୬ : ବଲିଉଡ଼ ଅଭିନେତା ଶାହିଦ କପୁରଙ୍କ ଆଗାମୀ ଫିଲ୍ମ ‘କକଟେଲ୍ ୨’ ଖୁବ୍ ଚର୍ଚ୍ଚାରେ ରହିଛି । ୧୯ଜୁନରେ ରିଲିଜ ହେଉଥିବା ଏହି ଫିଲ୍ମରେ ସାହିଦଙ୍କ ସହ କୃତି ସେନନ ଏବଂ ରଶ୍ମିକା ମନ୍ଦାନାଙ୍କ ଯୋଡ଼ି ଦେଖିବାକୁ ମିଳିବ । ଏହା ମଧ୍ୟରେ ନିକଟରେ ଫିଲ୍ମ ସହ ଯୋଡ଼ି ହୋଇଥିବା ଏକ ଅପଡେଟ୍ ସାମ୍ନାକୁ ଆସିଛି । ଯେଉଁଥିରେ ଫିଲ୍ମର ଟିମ୍ ବହୁତ ଖୁସି ଅଛି ।
ନିକଟରେ ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଫିଲ୍ମ ସାର୍ଟିଫିକେଶନ (CBFC) ଫିଲ୍ମ ଉପରେ ମୋହର ଲଗାଇଛି ଏବଂ A ସାର୍ଟିଫିକେଟ ଦେଇଛି । ଯାହାର ଅର୍ଥ ‘ଏଡଲ୍ଟସ ଓନଲୀ’ ଅଟେ । ସେହିଭଳି ରିପୋର୍ଟ୍ସ ଅନୁସାରେ ଫିଲ୍ମର ରନ୍ ଟାଇମ୍ ୧୫୦ମିନିଟ୍ ଅଟେ । ସେହିଭଳି ଫିଲ୍ମର ପ୍ରଥମ ପାର୍ଟ ୧୪୬ମିନିଟର ଥିଲା ।
CBFC ଠାରୁ ଫିଲ୍ମକୁ A ସାର୍ଟିଫିକେଟ ମିଳିବା ବହୁତ ବଡ଼ କଥା କୁହାଯାଉଛି । କାରଣ କୃତି ସେନନଙ୍କ କ୍ୟାରିୟରର ଏହା ପ୍ରଥମ ଫିଲ୍ମ ଅଟେ ଯାହାକୁ ଏହି ସାର୍ଟିଫିକେଟ ମିଳିଛି । ସେହିଭଳି ରଶ୍ମିକାଙ୍କୂ ଏହା ପୂର୍ବରୁ ‘ଏନିମଲ’ରେ ଏଡଲ୍ଟ ସାର୍ଟିଫିକେଟ ମିଳିଥିଲା । ମାତ୍ର ସାହିଦଙ୍କ ଏହା ୫ମ ଫିଲ୍ମ ଅଟେ ।